ଚଉଠି ରାତିରେ ସ୍ବାମୀକୁ ଧୋକା ଦେଲା ସ୍ତ୍ରୀ, ଶାଶୁଘର ଲୋକଙ୍କୁ ଫସେଇବାକୁ ଦେଲା ଧମକ

ପ୍ରଥମେ ପ୍ରେମ, ପରେ ପ୍ରତାରଣା, ପ୍ରେମ କରି ବାହା ହେଲା ପରେ ଶାରୀରିକ ସମ୍ବନ୍ଧ ରଖିବାକୁ ସଫା ସଫା ମନା କରିଦେଲା ପତ୍ନୀ । ପୁଣି ଦୁଷ୍କର୍ମ ଅଭିଯୋଗରେ ଶାଶୁଘର ଲୋକଙ୍କୁ ଫସେଇବାକୁ ଧମକ ଦେଲା ପତ୍ନୀ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଆଶ୍ଚର୍ଯ୍ୟଜନକ ଖବର ଆସିଛି ଉତ୍ତର ପ୍ରଦେଶରୁ ।
ଉତ୍ତର ପ୍ରଦେଶସ୍ଥିତ ବରେଲିର ଜଣେ ଯୁବକ ଗତ ଜାନୁଆରୀ ୨୫ ତାରିଖ ଦିନ ବରଦାରି ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ପ୍ରଥମ ରାତିରେ ଯୁବତୀ ଜଣକ ତାଙ୍କ ସ୍ବାମୀ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ସଫା ସଫା ମନା କରିଥିଲେ । ଖାଲି ସେତିକି ନୁହେଁ ଯୁବକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପୀଡିତ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀଙ୍କର ଅନ୍ୟ ଏକ ଯୁବକ ସହ ପ୍ରେମ ସମ୍ପର୍କ ଥିଲା । ଏପରିକି ସ୍ବାମୀର ପରିବାରକୁ ଛାଡ଼ି ପତ୍ନୀ ତାଙ୍କ ପ୍ରେମିକ ସହ ଯାଇ ଅନ୍ୟତ୍ର ରହୁଥିଲେ । ତାଙ୍କ ସ୍ବାମୀ ଏକଥା ଜାଣିବା ପରେ ପତ୍ନୀଙ୍କର କ୍ରୋଧ ବଢିଗଲା । ଆଉ ଯୁବକଙ୍କ ଉପରେ ନୂଆ ନୂଆ ଉପାୟରେ ଚାପ ପକାଇ ଫସାଇବାକୁ ଚେଷ୍ଟା କରିଥିଲେ ଚାଲବାଜ୍ ପତ୍ନୀ ।
ବାରମ୍ବାର ଜୀବନ ହାରି ଦେବାର ଧମକ ଦେଇ ଶାଶୁଘର ଲୋକଙ୍କୁ ନିର୍ଯାତନା ଦେଉଥିଲେ । ଯେତେବେଳେ ଯୁବକ ଜଣକ ସମ୍ପର୍କ ତୁଟାଇବାକୁ କହିଥିଲେ ସେତେବେଳେ ମଧ୍ୟ ତାଙ୍କୁ ପାଲଟା ଧମକ ଦେଉଥିଲେ ପତ୍ନୀ । କିଛି ବି କଲେ ଜୀବନ ହାରିବାକୁ ଧମକାଉ ଥିଲେ । ତେବେ ଯୁବକଙ୍କର ଅଭିଯୋଗ ଆଧାରରେ ବରଦାରି ପୋଲିସ ଯୁବତୀଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
Also Read: ନାବାଳିକା ସହିତ ଶାରୀରିକ ସମ୍ବନ୍ଧ କରୁଥିବା ବେଳେ ଆସିଲା ହାର୍ଟଆଟାକ୍, ଚାଲିଗଲା ଜୀବନ