ସ୍ତ୍ରୀ ରଚିଲା ଷଡ଼ଯନ୍ତ୍ର; ଛୁଟିରେ ଘରକୁ ଆସିଥିବା ଯବାନ ସ୍ୱାମୀକୁ ତଣ୍ଟି ଚିପି କଲା ହତ୍ୟା! ପୁରୁଷ ବନ୍ଧୁ ସହ ମିଶି କରିଥିଲା ଯୋଜନା

ହରିୟାଣାର ଚରଖୀ ଦାଦରୀରୁ ଅତି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚରମ ସୀମା ଅତିକ୍ରମ କରି ନିଜ ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ କଳଙ୍କିତ କରି ଦେଇଛନ୍ତି। ମହିଳା ଜଣକ ନିଜ ପୁରୁଷ ସାଙ୍ଗ ସହିତ ମିଶି ଫୌଜି ସ୍ୱାମୀକୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଭାରତୀୟ ସେନାର ଜଣେ ଯବାନ ଥିଲେ। ଛୁଟିରେ ସେ ଘରକୁ ଆସିଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ଘଟିଛି ଚରଖୀ ଦାଦରୀର ଡୁଡିୱାଲା କିଶାନପୁର ଅଞ୍ଚଳରେ। ଏଠାରେ ଛୁଟିରେ ଘରକୁ ଆସିଥିବା ପ୍ରବୀଣ କୁମାରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପ୍ରବୀଣ ସେନାରେ ୨୨ ସିଗନାଲ ରେଜିମେଣ୍ଟ ମେରଠରେ ହାବିଲଦାର ପଦରେ ନିଯୁକ୍ତ ଥିଲେ।

ଯେତେବେଳେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା, ତ ସେତେବେଳେ ସତ ଜାଣିବା ପରେ ଲୋକଙ୍କ ହୋସ୍‌ ଉଡ଼ି ଯାଇଥିଲା। ତାଙ୍କୁ ଆଉ କେହି ନୁହେଁ, ବରଂ ଖୋଦ୍‌ ଫୌଜିଙ୍କ ସ୍ତ୍ରୀ ହିଁ ହତ୍ୟା କରିଥିଲେ। ସ୍ତ୍ରୀ ନିଜ ସାଙ୍ଗ ସହ ମିଶି ପୂରା ଯୋଜନାବଦ୍ଧ ଭାବେ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ପୋଲିସ ସୂଚନା ମୁତାବକ, ଫୌଜି ଜଣକ ଡ୍ୟୁଟିକୁ ଯିବାର ଗୋଟିଏ ଦିନ ପୂର୍ବରୁ ହିଁ ସ୍ତ୍ରୀଙ୍କ ହତ୍ୟାର ଶିକାର ହୋଇଥିଲେ। ପ୍ରବୀଣଙ୍କୁ ତାଙ୍କ ସ୍ତ୍ରୀ ପ୍ରଥମେ ନିଦ ବଟିକା ଖାଇବାକୁ ଦେଇଥିଲେ ଏବଂ ପରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ।

ଫେବୃଆରୀ ୫ରେ ପ୍ରବୀଣଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ସେତେବେଳେ ପରିବାର ଲୋକେ ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କହିଥିଲେ। ସେମାନେ ପୋଲିସକୁ କହିଥିଲେ ଯେ ରାତିରେ ପ୍ରବୀଣ ଖାଦ୍ୟ ଖାଇ ଶୋଇଥିଲେ ଏବଂ ସକାଳେ ଯେତେବେଳେ ଉଠିଥିଲେ, ତ ତାଙ୍କ ମୁଣ୍ଡ ବୁଲାଇଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫେବୃଆରୀ ୫ରେ ପୂରା ରାଜକୀୟ ସମ୍ମାନ ସହିତ ହାବିଲଦାର ପ୍ରବୀଣଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁର ଏକ ସପ୍ତାହ ପରେ ତଦନ୍ତକାରୀ ଦଳ ଯେଉଁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରିଥିଲେ, ତ ଲୋକଙ୍କ ଆଶ୍ଚର୍ଯ୍ୟର ସୀମା ରହି ନ ଥିଲା।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡ଼ିଥିଲା କି, ପ୍ରବୀଣଙ୍କ ମୃତ୍ୟୁ ଗଳା ଚିପିବା ଏବଂ ଶ୍ୱାସରୁଦ୍ଧ କାରଣରୁ ହୋଇଛି। ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତରେ ଲାଗି ପଡ଼ିଥିଲା। ପଚରାଉଚରା ବେଳେ ପ୍ରବୀଣଙ୍କ ସ୍ତ୍ରୀ ମୋନିକା ଭାଙ୍ଗି ପଡିଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ବନ୍ଧୁ ଭିକ୍କିଙ୍କ ସହ ମିଶି ହତ୍ୟା ଯୋଜନା କରିଥିଲେ। ବିଳମ୍ବିତ ରାତିରେ ସେମାନେ ପ୍ରବୀଣଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଏବେ ପୋଲିସ ଉଭୟଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.