କରୱା ଚୌଥ୍ ରେ ବାପଘରୁ ଆସିଲେନି ସ୍ତ୍ରୀ, ଜୀବନ ହାରିଲେ ସ୍ୱାମୀ

ବରେଲି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଭୁତା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର । କରୱା ଚୌଥ୍ ଅବସରରେ ବାପଘରୁ ସ୍ତ୍ରୀ  ଆସିଲେନି ବୋଲି ରାଗରେ ନିଜ ଜୀବନ ହାରିଦେଲେ ସ୍ୱାମୀ । ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ମୁତାବକ, ଗତ ଗୁରୁବାର ଦିନ ପୋଲିସ୍ କହିଛି ଯେ, ଭୁତା ପୋଲିସ୍ ଷ୍ଟେସନ ଅଞ୍ଚଳର ଗୁଗା ଗାଁର ବାସିନ୍ଦା ପ୍ରମୋଦ କୁମାର (୨୪) ବୁଧବାର ରାତିରେ ନିଜ ଘରର କୋଠରୀରେ ଦଉଡି ଲଗାଇ ଜୀବନ ହାରି ଦେଇଛନ୍ତି । ତାଙ୍କ କହିବାନୁସାରେ, ପୋଲିସ୍ ପ୍ରମୋଦଙ୍କ ମୃତ ଶରୀର ଜବତ କରିବା ସହିତ ପୋଷ୍ଟମର୍ଟମ କରିଛି।

ପ୍ରମୋଦଙ୍କ ଜେଜେବାପା ବାବୁରାମ କହିଛନ୍ତି ଯେ, ଏକ କ୍ଷୁଦ୍ର ଚାଉଳ କାରଖାନା ଚଳାଉଥିଲେ ପ୍ରମୋଦ କୁମାର । ତେବେ ଦୁଇ ବର୍ଷ ପୂର୍ବେ ପିଲିଭିତ୍ ବାସିନ୍ଦା ପ୍ରୀତି ଦେବୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସୂଚନା ଅନୁଯାୟୀ, ପ୍ରୀତି ଦୁଇମାସ ପୂର୍ବେ ତାଙ୍କ ବାପ ଘରକୁ ଯାଇଥିଲେ ଏବଂ ଯେତେବେଳେ ପ୍ରମୋଦ ତାଙ୍କୁ ନେବାକୁ ତାଙ୍କ ଘରକୁ ଯାଇଥିଲେ, ସେତେବେଳେ ତାଙ୍କ ଶାଶୁ ତାଙ୍କ ସହ ଝଗଡା କରିଥିଲେ। ଏହାପରେ ସେଠାରୁ ପ୍ରମୋଦ ଫେରିଆସିଥିଲେ ।

ବାବୁରାମ ଏହା ବି କହିଛନ୍ତି ଯେ, ପ୍ରମୋଦ ଗତ ବୁଧବାର ପ୍ରୀତିଙ୍କ ଘରକୁ ଫୋନ କରିଥିଲେ । ଏବଂ ତାଙ୍କୁ କରୱା ଚୌଥ୍ ରେ ଘରକୁ ପଠାଇବାକୁ ଶାଶୁଙ୍କୁ କହିଥିଲେ, କିନ୍ତୁ ପୁନର୍ବାର ଏନେଇ ତାଙ୍କ ଶାଶୁଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଯାହାଫଳରେ ପ୍ରମୋଦ ବିଳମ୍ବିତ ରାତିରେ ନିଜର ମାନସିକ ସ୍ଥିତି ହରାଇ ନିଜ କୋଠରୀରେ ଫାଶୀ ଲଗାଇ ଜୀବନ ହାରିଥିବା ସେ କହିଛନ୍ତି । ତେବେ ସକାଳେ ପ୍ରମୋଦଙ୍କ କୋଠରୀର କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ପ୍ରମୋଦଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

3 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

11 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

27 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

60 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago