ଆମେରିକାରେ ସ୍ତ୍ରୀ-ଭାରତରେ ସ୍ବାମୀ, ହ୍ବାଟ୍ସଆପ୍ ଭିଡ଼ିଓ କଲରେ ହେଲା ଛାଡପତ୍ର

ଭାରତରେ ମୋବାଇଲ ଫୋନରେ ଛାଡ଼ପତ୍ରକୁ ନେଇ ଅନେକ ବିବାଦ ଚାଲୁଥିବା ବେଳେ ନାଗପୁରରେ ଘଟିଛି ଏକ ଆଶ୍ଚର‌୍ୟ୍ୟକର ଘଟଣା। ଆଜ୍ଞା ହଁ, ନାଗପୁରର ଫ୍ୟାମେଲି କୋର୍ଟରେ ହ୍ବାଟ୍ସଆପ୍ ଭିଡ଼ିଓ କଲ ଜରିଆରେ ଏକ ଦମ୍ପତିଙ୍କ ଛାଡ଼ପତ୍ରକୁ ମଞ୍ଜୁର କରାଯାଇଛି।

ସୂଚନା ଅନୁଯାୟୀ, ମହିଳାଙ୍କ ବିରୋଧରେ ତାଙ୍କ ସ୍ବାମୀ ନାଗପୁରର ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ମିଳିଥିବା ତଥ୍ୟ ଅନୁଯାୟୀ ନାଗପୁର ବାସିନ୍ଦା ଦମ୍ପତି କିଛି ବର୍ଷ ହେବ ଆମେରିକାରେ ବାସ କରୁଥିଲେ। ବହୁ ବର୍ଷ ସେଠାରେ ରହିବା ପରେ ବ୍ୟକ୍ତି ଜଣଙ୍କ ଭାରତକୁ ଫେରିବା ନେଇ ନିର୍ଣ୍ଣୟ ନେଇଥିବା ବେଳେ ମହିଳା ଏଥିପାଇଁ ମନା କରିଦେଇଥିଲେ।

divo

ଏନେଇ କିଛି ସମୟ ହେଲା ସ୍ବାମୀ ନାଗପୁରରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଆମେରିକାରେ ରହି ଆସୁଥିଲେ। ବହୁ ବାଧ୍ୟତା ପରେ ମଧ୍ୟ ମହିଳା ନାଗପୁର ତଥା ଭାରତକୁ ଫେରିବାକୁ ରାଜି ହେଲେନାହିଁ ।ଏବଂ ଛାଡ଼ପତ୍ର ନେବା ପାଇ ନିର୍ଣ୍ଣୟ କଲେ।

whatsapp

ଯାହାପରେ ବ୍ୟକ୍ତି ଶେଷକୁ ନିରୁପାୟ ହୋଇ ନାଗପୁର ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଛାଡ଼ପତ୍ର ପାଇଁ ଉଦ୍ଭୟ ପକ୍ଷରୁ ମଞ୍ଜୁର ରହିଥିଲେ ଏବଂ ମହିଳାଙ୍କ ଭାରତ ଆସିବା ସମ୍ଭବପର ନଥିଲା। ଏଣୁ ଘଟଣାକୁ ନଜରରେ ରଖି କୋର୍ଟ ହ୍ବାଟ୍ସଆପ କଲ ଜରିଆରେ ଦୁହିଁଙ୍କର ଛାଡ଼ପତ୍ରକୁ ମଞ୍ଜୁର କରିଥିଲା।