ପତ୍ନୀକୁ ଗୋଡହାତ ବାନ୍ଧି କରେଣ୍ଟ ଲଗାଇ ମାରିଦେଲା ସ୍ୱାମୀ, ନିଜ ଶୋଇବା ରୁମରେ ମୃତଦେହ ପୋତିଥିଲା ଅଭିଯୁକ୍ତ

ଦିଲ୍ଲୀର ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏହାପରେ ଏମିତି ଅନେକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଲକ୍ଷ୍ମୀପୁର ଖିରିରେ ଏମିତି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଆପଣ ଜାଣିଲା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ।

ଖବର ମୁତାବକ, ଲକ୍ଷ୍ମୀପୁର ଖିରିର ଗୋଲା ଗୋକରଣ ଅଞ୍ଚଳରେ ମହମ୍ମଦ ବସି ନାମକ ଜଣେ ବ୍ୟକ୍ତି କରେଣ୍ଟ ଲଗାଇ ନିଜ ପତ୍ନୀକୁ ହତ୍ୟା କରିଛି । ଅଭିଯୁକ୍ତ ମହମ୍ମଦ ବସି କିଛିବର୍ଷ ପୂର୍ବେ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ । ହେଲେ ଏବେ ନୃଶଂସ ଭାବେ ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଘରେ ପୋତି ଦେଇଥିଲେ ।

ମହମ୍ମଦ ବସି ନିଜ ପତ୍ନୀ ଉଷା ଶର୍ମା ଓରଫ ଅକ୍ସା ଫାତିମାଙ୍କ ହତ୍ୟା କରିବା ଏବଂ ମୃତଦେହକୁ ରୁମରେ ଦୁଇଦିନ ପର୍ଯ୍ୟନ୍ତ ପୋତି ଦେଇଥିଲା। କେବଳ ଏତିକି ନୁହେଁ, ସେହି ରୁମରେ ମଧ୍ୟ ଶୋଉଥିଲା । ଯାହାର ସତ୍ୟତା ଏବେ ଜାଣିବାକୁ ମିଳିଛି ।

ପୋଲିସ କହିବା ମୁତାବକ, ମହମ୍ମଦ ବସି ପତ୍ନୀଙ୍କ ସହିତ ଝଗଡା କରିଥିଲେ । ରାତିରେ ହାତପାଦ ବାନ୍ଧି ଲମ୍ବା କରେଣ୍ଟ ତାର ଲଗାଇ ହତ୍ୟା କରିଛି । ପତ୍ନୀଙ୍କୁ ମାରିବା ପରେ ରୁମରେ ମୃତଦେହକୁ ପୋତିଥିଲା ନୃଶଂସ ସ୍ୱାମୀ ।

ଘଟଣା ବିଷୟରେ କାଳେ କିଏ ଜାଣିଦେବ, ସେଥିପାଇଁ ୨ ଦିନ ପର୍ଯ୍ୟନ୍ତ ରୁମରେ ଶୋଇଥିଲା ଅଭିଯୁକ୍ତ। ତେବେ ଘରେ ବୋହୂ ନଥିବାର ଦେଖି ମହମ୍ମଦଙ୍କ ମା’ ସନ୍ଦେହ କରିଥିଲେ । ବୋହୂଙ୍କୁ ନ ପାଇବାରୁ ପୋଲିସକୁ ଖବର ଦେଇଥିଲେ ମହମ୍ମଦଙ୍କ ମା’ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାପ ପକାଇବାରୁ ମହମ୍ମଦ ସବୁ କିଛି ସତ କହିଥିଲେ । ପୋଲିସ ମାଟିତଳୁ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ବା ସହିତ ଅଭିଯୁକ୍ତକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.