ଅବୈଧ ସମ୍ପର୍କକୁ ବାଧା ଦେବାରୁ ପ୍ରେମିକ ଦିଅର ସହ ମିଶି ସ୍ୱାମୀଙ୍କୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ମୈନପୁରୀରେ ଜଣେ ପତ୍ନୀ ନିଜର ଅବୈଧ ସମ୍ପର୍କକୁ କାଏମ ରଖିବା ପାଇଁ ପତିକୁ ରାସ୍ତାରୁ ହଟାଇ ଦେବା ଖବର ସମସ୍ତଙ୍କୁ ଚକିତ କରିଛି । ନିଜର ପ୍ରେମୀ ଦିଅର ସହ ମିଶି ପତିଙ୍କୁ ମାରିଦେବା ଭଳି ଖବର ଏଠି ଚର୍ଚ୍ଚାର ବିଷୟ ହୋଇଛି ।

ପୋଲିସ ସୂଚନା ଅନୁଯାୟୀ ବିଛବାଁ ଥାନା ଅନ୍ତର୍ଗତ ନଗଲା ପୃଥୀ ଗାଁର ବ୍ରଜେଶ କୁମାର ୨୬ ଜାନୁଆରୀ ରାତିରେ ଅଚାନକ ଗାଏବ ହୋଇଗଲେ । ଭାଇର ନିରୁଦ୍ଦିଷ୍ଟ ହେବା ନେଇ ମୃତ ବ୍ରଜେଶଙ୍କ ଭାଇ ମୋହିତ ଥାନାରେ ଅଭିଯୋଗ କରିଥିଲା । ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଥିଲା । ବ୍ରଜେଶଙ୍କ ମୃତ ଶରୀର ଗାଁର ଏକ ସୋରିଷ ବିଲରୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା ।

ପୋଲିିସ ତଦନ୍ତରୁ ଘଟଣାର ସମସ୍ତ ବିବରଣୀ ସାମ୍ନାକୁ ଆସିଥିଲା । ପତ୍ନୀର ଦିଅର ସହ ସମ୍ପର୍କକୁ ନେଇ ବ୍ରଜେଶ ସର୍ବଦା ଝଗଡା କରିବା ସହ ମାରଧର ମଧ୍ୟ କରଥିଲା । ସେଦିନ ବ୍ରଜେଶର ପରିବାରରେ ବିବାହ କାର୍ଯ୍ୟ ଚାଲିଥିଲା । ଦିଅର ମୋହିତ ମଦ ପିଆଇବା ବାହାନାରେ ବ୍ରଜେଶକୁ ଗାଁ ନିକଟ ଏକ ପୋଲ ନିକଟକୁ ନେଇ ଯାଇଥିଲା । ସେଠାରେ ମଦରେ କୀଟନାଶକ ମିଶାଇବା ଯୋଗୁ ବ୍ରଜେଶ ବେହୋସ ହୋଇଯାଇଥିଲା ।

ଷଡଯନ୍ତ୍ର ଅନୁଯାୟୀ ମୃତ ବ୍ରଜେଶଙ୍କ ପତ୍ନୀ ମଧ୍ୟ ସେଠାରେ ପହଞ୍ଚିଯାଇଥିଲା । ସେଠାରେ ଦିଅର ତଥା ପ୍ରେମିକ ମୋହିତ ସହ ମିଶି ପତ୍ନୀ ବ୍ରଜେଶଙ୍କ ମୁଣ୍ଡକୁ ପିଟି ପିଟି ମାରିଦେଇଥିଲେ । ଶବକୁ ଗାଁର ସୋରିଷ ବିଲରେ ପକାଇ ଦେଇ ଚାଲି ଆସିଥିଲେ । ପୋଲିସ ଜେରା ବେଳେ ମୋହିତ ଓ ପତ୍ନୀ ଏକଥା ସ୍ୱୀକାର କରିଛନ୍ତି । ପୋଲିସ ଉଭୟଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.