ନିଜ ବାସଭବନରୁ ମୃତ ଅବସ୍ଥାରେ ମିଳିଲେ ‘ଟାର୍ଜନ’ ଷ୍ଟାର୍‌ଙ୍କ ପତ୍ନୀ, ଛୁରୀ ଭୁଷି ମା’କୁ ହତ୍ୟା କଲା ପୁଅ

ପୂର୍ବତନ ‘ଟାର୍ଜନ’ ଷ୍ଟାର୍‌ ତଥା ଅଭିନେତା ରୋନ୍‌ ଏଲିଙ୍କ ପତ୍ନୀ ଭ୍ୟାଲେରି ଲୁଣ୍ଡିନ୍‌ଙ୍କ ମୃତଦେହ ମଙ୍ଗଳବାର ରାତିରେ ତାଙ୍କ କାର୍ଲିଫର୍ଣ୍ଣିଆସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି। ଦମ୍ପତିଙ୍କ ୩୦ ବର୍ଷୀୟ ପୁଅ କେମ୍‌ରୁନ ହିଁ ମା’ଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି। ସାନ୍ତା ବାର୍‌ବାରା କାଉଣ୍ଟିର ପ୍ରଧାନ ପ୍ରଶାସକଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି, ୬୨ ବର୍ଷୀୟା ଲୁଣ୍ଡିନ୍‌ ଏଲିଙ୍କ ପ୍ରତିନିଧିମାନେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ବହୁ ଖୋଜାଖୋଜି ପରେ କେମ୍‌ରୁନଙ୍କୁ ଘର ବାହାରୁ କାବୁ କରାଯାଇଥିଲା।

ely2

ପ୍ରତିନିଧିମାନଙ୍କ କହିବା ହେଲା, ଏକ ଅପ୍ରତ୍ୟାଶିତ ଆତଙ୍କ ପରେ ୪ଜଣ ପୋଲିସ କର୍ମଚାରୀ ପହଞ୍ଚି କେମ୍‌ରୁନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ୮୧ ବର୍ଷୀୟ ରୋନ୍‌ ଏଲି ଆହତ ହେବା ନେଇ କୌଣସି ଖବର ନାହିଁ। କିନ୍ତୁ ପୋଲିସର କହିବା ଅନୁଯାୟୀ, ପୂର୍ବ ସତର୍କତା ଅବଲମ୍ବନ କରାଯାଇ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବଂ ପରେ ଛାଡ଼ି ଦିଆଯାଇଛି।

ଏହାସହ ପଢ଼ନ୍ତୁ: ଏଠାରେ ଆପଣଙ୍କୁ ଭୋଗିବାକୁ ପଡ଼ିବ ଜେଲ୍‌ ଦଣ୍ଡ, ଯଦି ବ୍ୟବହାର କରିବେ ମୋବାଇଲ୍‌ ଫୋନ୍‌

ବାର୍‌ବାରା କାଉଣ୍ଟିର ପ୍ରଧାନ ପ୍ରଶାସକଙ୍କ କହିବା ହେଲା, ଭ୍ୟାଲେରି ଲୁଣ୍ଡିନ୍‌ ଏଲି ପୂର୍ବତନ ମିସ୍‌ ଫ୍ଲୋରିଡା ଥିଲେ। ୩୫ ବର୍ଷ ତଳେ ଲୁଣ୍ଡିନ୍‌ ଓ ରୋନ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କଠାରୁ ୩ଟି ସନ୍ତାନ ଜନ୍ମ ନେଇଛନ୍ତି। ସେମାନେ ହେଲେ କଷ୍ଟର୍ନ, କ୍ୟାଟ୍‌ଲ୍ୟାଣ୍ଡ ଓ କେମ୍‌ରୁନ। ଅନ୍ୟପକ୍ଷରେ ଏଲିଙ୍କ ପ୍ରତିନିଧିମାନେ ଏ ପଯ୍ୟର୍ନ୍ତ ମିଡିଆ ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.