ସ୍ୱାମୀକୁ ଛାଡ଼ିଦେବି ପଛେ ସୋସିଆଲ ମିଡ଼ିଆ ଛାଡିପାରିବିନି

ବିହାର : ବିହାରର କଟିହାର ଜିଲ୍ଲାର ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏମିତି ଏକ କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ସ୍ପଷ୍ଟ ଭାବରେ କହିଛନ୍ତି ସେ ତାଙ୍କ ସ୍ୱାମୀଙ୍କୁ ଛାଡିପାରନ୍ତି କିନ୍ତୁ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ବନ୍ଦ କରିବେ ନାହିଁ । ହଁ ଆଜ୍ଞା ଘଟଣା କେବଳ ସେତିକିରେ ଅଟକି ନାହିଁ ପୋଲିସ ମାଧ୍ୟମରେ ମାମଲାଟି ପରିବାର ପରାମର୍ଶ କେନ୍ଦ୍ରରେ ପହଞ୍ଚିଥିଲା ।
ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ଦିନ ସାରା ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି ଏବଂ ତାଙ୍କ ପାରିବାରିକ ଦାୟିତ୍ୱକୁ ଅଣଦେଖା କରୁଛନ୍ତି । ଏହି ଘଟଣା ଏକ ବଡ଼ ପ୍ରଶ୍ନ ଉଠାଇଛି । ସୋସିଆଲ ମିଡିଆର ପ୍ରଭାବ କ’ଣ ଆମ ସମ୍ପର୍କକୁ ଦୁର୍ବଳ କରୁଛି ? ଡିଜିଟାଲ୍ ପ୍ଲାଟଫର୍ମ ପ୍ରତି ନିଶା ଆମ ପରିବାର ଗଠନକୁ କ୍ଷତି ପହଞ୍ଚାଇପାରେ କି ? ଏଭଳି ବିଭିନ୍ନ ପ୍ରଶ୍ନ ମନରେ ସୃଷ୍ଟି ହେଉଛି । ଯେତେବେଳେ ମାମଲାଟି ପୋଲିସ ପରିବାର ପରାମର୍ଶ କେନ୍ଦ୍ରରେ ପହଞ୍ଚିଲା କାଉନସେଲିଂ ସମୟରେ ସ୍ୱାମୀ କହିଥିଲେ ସ୍ତ୍ରୀ ତାଙ୍କ ସହିତ ସମୟ ବିତାଇ ନାହାଁନ୍ତି । ସବୁବେଳେ ଅନଲାଇନ୍ ରହିବାକୁ ସେ ଅଧିକ ପସନ୍ଦ କରନ୍ତି ।
ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ଅଜଣା ଲୋକଙ୍କ ସହ ସୋସିଆଲ ମିଡିଆରେ କଥା ହୁଅନ୍ତି । କେବଳ ସେତିକି ନୁହଁ ସେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଫଟୋ ପୋଷ୍ଟ କରନ୍ତି । ନିଜ ପରିବାର ବିଷୟରେ ସ୍ତ୍ରୀ ଚିନ୍ତା କରନ୍ତି ନାହିଁ; ବରଂ ସେ ତାଙ୍କର ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତାନ୍ତି । ଯେତେବେଳେ ପୋଲିସ ମହିଳାଙ୍କୁ ଏ ବିଷୟରେ ପଚାରିଲା, ସେ କହିଲେ ଯେ ସୋସିଆଲ ମିଡିଆ ମୋର ବ୍ୟକ୍ତିଗତ ବିଷୟ। ମୋର ଫଟୋ ପୋଷ୍ଟ କରିବାର ସମ୍ପୂର୍ଣ୍ଣ ଅଧିକାର ମୋର ଅଛି ।
ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ଛାଡିପାରିବେ କିନ୍ତୁ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଫଟୋ ପୋଷ୍ଟ କରିବା ବନ୍ଦ କରିପାରିବେ ନାହିଁ । କେନ୍ଦ୍ର ସଦସ୍ୟ ଦିଲୀପ କୁମାର ଦୀପକ କହିଛନ୍ତି ଯେ ସୋସିଆଲ ମିଡିଆ ଲୋକଙ୍କ ପାଇଁ ଲାଭଦାୟକ ହେଉଥିବା ବେଳେ ଏହା ଅନେକ ଲୋକଙ୍କ ମାନସିକତା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଉଛି ।
ସୋସିଆଲ ମିଡିଆ ଯୋଗୁଁ ଲୋକଙ୍କ ଭଲ ପରିବାର ଭାଙ୍ଗିଯାଉଛି । ଏହାସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ରେ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି । ଯେତେବେଳେ ଉଭୟଙ୍କ ମଧ୍ୟରେ କୌଣସି ସମାଧାନ ହୋଇ ନଥିଲା ସେହି ସମୟରେ କେନ୍ଦ୍ର ସେମାନଙ୍କୁ ଫେରାଇ ଦେଲା । କେନ୍ଦ୍ରରେ ୩ ୨ ଟି ମାମଲାର ଶୁଣାଣି ହୋଇଥିଲା । ଯେଉଁଥିରୁ ୧0ଟି ମାମଲା କାର୍ଯ୍ୟକାରୀ ହୋଇଥିଲା ।
Also read : କାହିଁକି ଗୋଲ ହୋଇଥାଏ ସୋସିଆଲ ମିଡ଼ିଆ ପ୍ରୋଫାଇଲ DP, କ’ଣ ଏହା ପଛର କାରଣ