ଥାଇଲାଣ୍ଡରେ ଜଳୁଛି ପାହାଡ଼, ୧୧ ଲକ୍ଷ ୨୦ ହଜାର ସ୍କୋୟାର ମିଟର ଜଳି ପାଉଁଶ

ଜଳୁଛି ପାହାଡ଼ । ଗୋଟିଏ ନୁହେଁ, ଥାଇଲାଣ୍ଡର ଦୁଇ ଦୁଇଟି ପାହଡ ସମେତ ଜଙ୍ଗଲର ଏକ ଅଂଶରେ ଲାଗିଛି ଭୀଷଣ ନିଆଁ । ରାଜଧାନୀ ବ୍ୟାଙ୍କକ ଠାରୁ ୮୦ କିଲୋମିଟର ଦୂର ଖାଉ ଚାପୁ ପାହାଡରେ ଲାଗିଥିବା ନିଆଁକୁ ଲିଭାଇବାକୁ ଦିନରାତି ଏକ କରିଛନ୍ତି ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିବାକୁ ହେଲିକପ୍ଟରର ସାହାଯ୍ୟ ନିଆଯାଇଛି ।

ଆକାଶରୁ ଜଳ ସିଞ୍ଚନ କରାଯାଉଛି । ବିଜୁଳି ମାରିବା ପରେ ପାହାଡରେ ପ୍ରଥମେ ନିଅାଁ ଲାଗିଥିଲା । ଧିରେ ଧିରେ ଅନ୍ୟ ସ୍ଥାନକୁ ବ୍ୟାପିଥିଲା । ନିଆଁ ଲାଗିଥିବା ପାହାଡ ଠାରୁ ୪୦୦ରୁ ୫୦୦ ମିଟର ଦୂରରେ ଜନବସତି ରହିଛି । ଏହି ସବୁ ଅଞ୍ଚଳକୁ ନିଅାଁ ବ୍ୟାପିବାର ଆଶଙ୍କା ରହିଛି ।

ତେବେ ସ୍ଥାନାନ୍ତର ନେଇ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶ ଦିଆଯାଇ ନାହିଁ । ଏବେ ଦୁଇଟି ପାହାଡରେ ନିଅାଁ ଲାଗିଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୧ ଲକ୍ଷ ୨୦ ହଜାର ସ୍କୋୟର ମିଟର ଅଞ୍ଚଳ ଜଳି ପାଉଁଶ ହୋଇଛି । ମୂଲ୍ୟବାନ ବୃକ୍ଷ ନଷ୍ଟ ସହ ଜଙ୍ଗଲ ଯାତ ଦ୍ରବ୍ୟ ନଷ୍ଟ ହେବା ସହ ବହୁ ବନ୍ୟଜନ୍ତୁ ପୋଡି ଯାଇଥିବା ସୂଚନା ମିଳିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.