ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌ କରାଯିବ କି? କେନ୍ଦ୍ରକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ

ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌ କରିବାକୁ ଗାଇଡ ଲାଇନ୍‌ ପ୍ରସ୍ତୁତ ପାଇଁ ଚିନ୍ତା କରୁଛ କି। କେନ୍ଦ୍ର ସରକାରଙ୍କ ଏ ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୨୪ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି। ଏହାସହ ହ୍ଵାଟ୍‌ସ ଆପ୍‌ର ମେସେଜ ଟ୍ରେସ୍‌ କରିବାକୁ କିଛି ଗାଇଡ ଲାଇନ ପ୍ରସ୍ତୁତ ପାଇଁ ଯୋଜନା ଅଛି କି। ଏ ଉତ୍ତର ମଧ୍ୟ ଜାଣିବାକୁ ଚାହୁଁଛନ୍ତି ସୁପ୍ରିମକୋର୍ଟ। ବିଭିନ୍ନ ହାଇକୋର୍ଟରେ ଥିବା ସୋସିଆଲ ମିଡିଆ ମାମଲାକୁ ସ୍ଥାନାନ୍ତରଣ ପ୍ରସଙ୍ଗ ନେଇ ଶୁଣାଣି ବେଳେ ଏହି ପ୍ରଶ୍ନର ଉତ୍ତର ଚାହିଁଛନ୍ତି ସୁପ୍ରିମକୋର୍ଟ। ଦେଶର ବିଭିନ୍ନ ହାଇକୋର୍ଟରେ ଥିବା ଫେସ୍‌ବୁକ୍‌ର ମାମଲା ସବୁ ଏକାଠି ସୁପ୍ରିମକୋର୍ଟରେ ଶୁଣାଣି ହେଉ। ଏହା କହି ଗତମାସରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଫେସ୍‌ବୁକ୍‌। ସେ ସମୟରେ ଏହାର ଶୁଣାଣିକୁ ସ୍ଥଗିତ ରଖି କୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଯେ ପର୍ଯ୍ୟନ୍ତ ଏ ମାମଲର ଚୂଡ଼ାନ୍ତ ରାୟ ଆସି ନାହିଁ ସେ ଯାଏ ଅନ୍ୟ କୋର୍ଟ ମାମଲାଗୁଡିର ରାୟ ପ୍ରକାଶ କରି ପାରିବେ ନାହିଁ।