‘ନିର୍ବାଚନ ଜିତିଲେ ଭାରତରୁ ଜମି ଫେରାଇ ଆଣିବୁ’, ନେପାଳ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ନଭେମ୍ବର ୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯଦି ଆମ ଦଳ କ୍ଷମତାକୁ ଆସେ, ତେବେ ଭାରତ ଦାବି କରୁଥିବା ହିମାଚଳ ଅଞ୍ଚଳକୁ ନେପାଳରେ ସାମିଲ କରିଦେବି ବୋଲି କହିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ନେପାଳ-ଭାରତ ସୀମା ନିକଟ ଦୂର ପଶ୍ଚିମ ନେପାଳର ଡାର୍କୁଲା ଜିଲ୍ଲାରେ ନିର୍ବାଚନ ପ୍ରଚାରର ସଭାରେ ଓଲି ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ଧରି ଓଲିଙ୍କ କାର୍ଯ୍ୟକାଳ ମଧ୍ୟରେ ନେପାଳ ସରକାର ଏକ ବିବାଦୀୟ ମାନଚିତ୍ର ଜାରି କରି ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳ ଭାବରେ ଦର୍ଶାଇଥିଲେ। ଏହାକୁ ଭାରତ ଦୃଢ଼ ବିରୋଧ କରିଥିଲା।

ନେପାଳର କମ୍ୟୁନିଷ୍ଟ ପାର୍ଟି ୟୁନିଫାଏଡ୍‌ ମାର୍କ୍ସବାଦୀ-ଲେନିନ୍‌ବାଦୀ ସିପିଏନ୍‌ ୟୁଏମ୍‌ଏଲ୍‌)ର ସଭାପତି କେପି ଶର୍ମା ଓଲି କହିଛନ୍ତି, ଆମେ କଳାପାନି ସମେତ ଲିପୁଲେକ୍‌ ଏବଂ ଲିମ୍ପିୟାଧୁରାର ଜମି ଫେରାଇ ଆଣିବୁ। ଆମେ ଆମର ଏକ ଇଞ୍ଚ ଜମି ବି ଛାଡ଼ିବୁ ନାହିଁ। ତାଙ୍କ ଦଳ ଦେଶର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଓଲି କହିଛନ୍ତି।

ଅନ୍ୟପଟେ ନେପାଳ କଂଗ୍ରେସ ସଭାପତି ତଥା ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେବା କହିଛନ୍ତି, କୂଟନୈତିକ ପଦକ୍ଷେପ ଏବଂ ପାରସ୍ପରିକ ସମ୍ପର୍କ ଆଧାରରେ ନେପାଳର ଜମି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି।

Also Read: ଗୁଜରାଟ ନିର୍ବାଚନକୁ ନେଇ କେଜରିଓ୍ଵାଲଙ୍କ ପ୍ରତିକ୍ରିୟା, କହିଲେ- ଜିତିଲେ ସମସ୍ତଙ୍କୁ ଅଯୋଧ୍ୟା ନେଇ ଶ୍ରୀରାମଙ୍କୁ ଦର୍ଶନ କରାଇବି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.