କ’ଣ ଆଗାମୀ ସମୟରେ ଆଫ୍ରିକାରେ ମିଳିବ ଭାରତ! ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ହେଲା ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ…

ବିଜ୍ଞାନ ଯେତିକି ଯେତିକି ଆଗକୁ ବଢ଼ୁଛି, ଆମେ ସେତିକି ନିଜ ବିଷୟରେ ଏବଂ ନିଜ ଭବିଷ୍ୟତ ବିଷୟରେ ନୂଆ ନୂଆ କଥା ଜାଣିବାକୁ ପାଉଛେ। ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ କରାଯାଇଛି, ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ରିପୋର୍ଟ ଅନୁସାରେ, ଆଗାମୀ ୨୦ କୋଟି ବର୍ଷ ଭିତରେ ଭାରତ, ଆଫ୍ରିକାରେ ମିଳିବ। କିନ୍ତୁ ଏହା କିପରି ସମ୍ଭବ ହେବ, ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ।

କେମିତି ହୋଇଥିଲା ମହାଦ୍ୱୀପଗୁଡ଼ିକର ନିର୍ମାଣ

ପାଖାପାଖି ୨୫ କୋଟି ବର୍ଷ ପୂର୍ବେ ଯେତେବେଳେ ପୃଥିବୀର ନିର୍ମାଣ ହୋଇଥିଲା, ସେତେବେଳେ ସେଠି କେବଳ ଗୋଟିଏ ମହାଦ୍ୱୀପ ଥିଲା, ଯାହାର ନାଁ ଥିଲା ‘ପୋଞ୍ଜିଆ’। ସମୟ ଏମିତି ଅତିବାହିତ ହୋଇ ଚାଲିଲା ଏବଂ ପାଖାପାଖି ୫ କୋଟି ବର୍ଷ ପରେ ପୃଥିବୀ ତଳେ ଥିବା ଟେକ୍ଟୋନିକ୍ ପ୍ଲେଟ୍‌ ଖସିବାକୁ ଲାଗିଲା। ଏହି ପ୍ଲେଟ୍‌ ସେହି ବିଶାଳ ଚଟାଣ, ଯାହା ଉପରେ ମହାଦ୍ୱୀପ ସୃଷ୍ଟି ହୋଇଛି। ଏହା ଗତି କରିବା ଦ୍ୱାରା ପୋଞ୍ଜିଆ ମହାଦ୍ୱୀପ ଭାଙ୍ଗି ଯାଇଥିଲା ଏବଂ ଦୁଇଟି ନୂତନ ମହାଦ୍ୱୀପ ନିର୍ମାଣ ହୋଇଥିଲା। ଗୋଟିଏର ନାମ ଥିଲା ଗୋଣ୍ଡୱାନା ଏବଂ ଅନ୍ୟଟିର ନାମ ଥିଲା ଲୌରେସିଆ। ଗୋଣ୍ଡୱାନାରେ ଏବେକାର ଆଫ୍ରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା ଏବଂ ଭାରତ ସାମିଲ ଥିଲା। ଧୀରେ ଧୀରେ ଗୋଣ୍ଡୱାନା ମହାଦ୍ୱୀପର ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟ ଖସିବାକୁ ଲାଗିଲା ଏବଂ ଆଫ୍ରିକାର ପୂର୍ବ ତଟରୁ ଭାଙ୍ଗି ଭାରତୀୟ ଉପମହାଦ୍ୱୀପ ଏସିଆ ସହିତ ମିଶିଥିଲା। ଯେତେବେଳେ ଏହି ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ଧକ୍କା ହେଲା, ତ ଦୁନିଆର ସବୁଠାରୁ ବଡ ପାର୍ବତ୍ୟ ଶୃଙ୍ଖଳା ହିମାଳୟ ସୃଷ୍ଟି ହୋଇଥିଲା।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ହୋଇଛି ଅନୁସନ୍ଧାନ

ଟେକ୍ଟୋନିକ୍ ପ୍ଲେଟଗୁଡ଼ିକର ଗତି ଆଜି ମଧ୍ୟ ଜାରି ରହିଛି ଏବଂ ବିଲକୁଲ ସେହିଭଳି ଭାବେ ବୈଜ୍ଞାନିକମାନେ ଅନୁମାନ ଲଗାଇଛନ୍ତି ଯେ ଆଗାମୀ ୨୦ କୋଟି ବର୍ଷ ଭିତରେ ଭାରତ ଖାସ୍‌ କରି ଦେଶର ପଶ୍ଚିମ ଭାଗ ଆଫ୍ରିକାର ସୋମାଲିୟା ଏବଂ ମଡାଗାସ୍କର ସହିତ ଧକ୍କା ହେବ। ଏହା ଭାରତର ପଶ୍ଚିମ ତଟ ସହିତ ମୁହାଁମୁହିଁ ହେବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ସିମ୍ୟୁଲେଶନ ଜରିଆରେ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଆରବ ସାଗର ଆଗାମୀ ୨୦ ବର୍ଷ ଭିତରେ ଶୁଖିଯିବ ଏବଂ ଭାରତର ପଶ୍ଚିମ ଉପକୂଳ ସୋମାଲିୟାର ପର୍ବତଗୁଡ଼ିକର ଜାଗା ନେବ।

କିଏ କରିଛି ଗବେଷଣା?

ଏହି ଅନୁସନ୍ଧାନ ଅନୁସାରେ, ସୋମାଲିୟାର ରାଜଧାନୀ ମୋଗାଦୀଶୁ ଏବଂ ମୁମ୍ବାଇ ପରସ୍ପରର ପଡ଼ୋଶୀ ହୋଇଯିବେ। କେବଳ ଏତିକି ନୁହେଁ, ପୂର୍ବ ଉପକୂଳରେ ଥିବା କୋଲକାତା ଏବଂ ମରିଶିୟସ୍‌ ମଧ୍ୟ ପରସ୍ପରର ଅତି ନିକଟତର ହେବେ। ଯେଉଁ ଶ୍ରୀଲଙ୍କାକୁ ଆଜି ଆମେ ଜାଣିଛୁ, ତାହା ଭାରତୀୟ ଉପମହାଦ୍ୱୀପର ଅଂଶ ହୋଇଯିବ। ଆପଣଙ୍କୁ କହି ରଖୁଛୁ କି, ଏହି ଅନୁସନ୍ଧାନ ପେପର୍‌କୁ ଆମେରିକାର ଜର୍ଣ୍ଣାଲ ଅଫ ସାଇନ୍ସରେ ୟୁଟ୍ରେକ୍ଟ ବିଶ୍ୱବିଦ୍ୟାଳୟର ପ୍ରଫେସର ଡୋଇ ଭାନ ହିନ୍ସବର୍ଗ ପବ୍ଲିସ କରିଛନ୍ତି। ସେ କହିଛନ୍ତି ଯେ ଆଫ୍ରିକାର ସୋମାଲିୟା ଅଂଶ ଭାରତର ପଶ୍ଚିମ ଉପକୂଳ ସହ ଧକ୍କା ହେବ ଏବଂ ଏହା ଧକ୍କା ଦ୍ୱାରା ସେହି ଅଂଶ ପାହାଡ଼ରେ ପରିଣତ ହୋଇଯିବ। ଯଦିଓ ଆଗାମୀ ୨୦ କୋଟି ବର୍ଷ ଭିତରେ ଭାରତ, ଆଫ୍ରିକାରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.