ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରେଖା ଗୁପ୍ତା ଆଗୁଆ, ଦିଲ୍ଲୀ ରାଜନୀତିରେ ରେଖାଙ୍କର ରହିଛି ବେଶ ଦବଦବା

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରେଖା ଗୁପ୍ତା ଆଗୁଆ ।  ଶାଲିମାରବାଗ ବିଧାନସଭା ଆସନରୁ ବିଜୟୀ ହୋଇଥିବା ରେଖା ଗୁପ୍ତାଙ୍କ ବିଜେପି ମୁଖ୍ୟମନ୍ତ୍ରୀ ଘୋଷଣା କରିବା  ଏକପ୍ରକାର ସ୍ଥିର ହୋଇଛି ।   ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଥିବା ବିଜେପି ବିଧାୟକ ଦଳ ବୈଠକରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବ ।

ଦିଲ୍ଲୀ ରାଜନୀତିରେ ରେଖାଙ୍କର ବେଶ ଦବଦବା ରହିଛି ।  ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।  ଆସନ୍ତାକାଲି ରାମଲୀଲା ମଇଦାନରେ ଦିଲ୍ଲୀ ସରକାର ଶପଥ ନେବେ ।

ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ଅଛି ।  ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି ।   ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ୪୮ଟି ଆସନରେ ଜିତି ଆମ ଆଦମୀ ପାର୍ଟି ହାତରୁ କ୍ଷମତା ଛଡାଇ ନେଇଛି ବିଜେପି ।

Also read:  ପୁଣି ବଦଳିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ସମୟ, ମୁଖ୍ୟମନ୍ତ୍ରୀ ହେବାକୁ ଏମାନେ ଦାବିଦାର