କେନ୍ୟୁଜ୍ : ସମ୍ମାନତୀ ହେଲେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ବାୟୁସେନା ଦିବସ ଅବସରରେ ୫୧ ସ୍କାର୍ଡନର ଅଭିନନ୍ଦନଙ୍କୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ରାକେଶ କୁମାର ସିଂହ ଭଦୌରିୟା ସମ୍ମାନିତ କରିଛନ୍ତି। ଗତ ଫେବ୍ରୁଆରୀ ୨୭ ତାରିଖରେ ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନ ବାୟୁସେନା ଆକ୍ରମଣକୁ ବିଫଳ କରିବା ସହ ଏଫ-୧୬ ବିମାନକୁ ଖସାଇଦେଇଥିଲେ । ଅଭିନନ୍ଦନଙ୍କ ତରଫରୁ ଗ୍ରୁପ କ୍ୟାପଟେନ ସତୀଶ ପାଓ୍ଵାର ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଫେବ୍ରୁଆରିରେ ଭାରତୀୟ ବାୟୁସେନା ପାକ ଅଧିକୃତ କାଶ୍ମୀରର ବାଲାକୋଟ୍ରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥଲେ । ଏଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଏହାପରେ ପାକିସ୍ତାନର ଏଫ-୧୬ ବିମାନ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିବା ବେଳେ ଏହାକୁ ଖସାଇ ଦେଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ବାୟୁସେନା ଦିବସ ଅବସରରେ ଅଭିନନ୍ଦନ ଉଡାଇବେ ମିଗ୍ ବିମାନ।