ୱାଘା ବର୍ଡ଼ରରେ ଅଭିନନ୍ଦନଙ୍କୁ ସ୍ୱାଗତ ପାଇଁ ତ୍ରିରଙ୍ଗା ସହ ଭିଡ଼ ଜମାଇଛନ୍ତି ଲୋକ, ସାରା ଦେଶରେ ଉତ୍କଣ୍ଠା

ପାକିସ୍ତାନରେ ବନ୍ଦୀ ହୋଇଥିବା ଭାରତୀୟ ବୟେସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ଆଜି ଦ୍ୱିପ୍ରହରରେ ଫେରିବେ ଭାରତ। ସୂତ୍ର ଅନୁସାରେ ସେ ୱାଘା ବଡ଼ରରେ ଦିନ ଦୁଇଟା ପରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ସଂସଦରେ କହିଥିଲେ ଅଭିନନ୍ଦନଙ୍କୁ ଶୁକ୍ରବାର ଅପରାହ୍ନରେ ଭାରତକୁ ଛଡ଼ାଯିବ। ଅଭିନନ୍ଦନଙ୍କ ପରିବାର ସହ ୱାଘା ବଡ଼ର ପହଞ୍ଚି ସାରିଲେଣି ଶହ ଶହ ଭାରତୀୟ। ହାତରେ ତ୍ରିରଙ୍ଗା ଓ ଫୁଲମାଳ ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

1Aସେଠାରୁ ଅଭିନନ୍ଦନଙ୍କୁ ଦିଲ୍ଲୀ ଅଣାଯିବ । ତେଣୁ ଦିଲ୍ଲୀ ଏୟାରପୋର୍ଟରେ ଅଭିନନ୍ଦନଙ୍କ ମାଆ ବାପା ପହଁଚିଛନ୍ତି । ସେମାନେ ସେଠାରେ ପହଞ୍ଚିବା ପରେ ଲୋକମାନେ ତାଳି ମାରି ସେମାନଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଦିଲ୍ଲୀରୁ ସେମାନେ ଓ୍ଵାଘା ବର୍ଡ଼ର ପହଞ୍ଚିବେ । ଅଭିନନ୍ଦନ ପହଞ୍ଚିବା ପୂର୍ବରୁ ଅଟ୍ଟାରୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ସୀମାର ପ୍ରାୟ ୧ କିଲୋମିଟର ଦୂରରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଇ ଦିଆଯାଇଛି । ଅବଶ୍ୟ ଏସବୁ ଭିତରେ ପାକିସ୍ତାନରୁ ଦୈନିକ ଆସୁଥିବା ବସ୍‌କୁ ମଧ୍ୟ ପୂରା ସୁରକ୍ଷା ସହ ଭାରତ ଆସିବା ପରେ ପୁଣି ପାକିସ୍ତାନ ଫେରିଯାଇଛି । ମିଗ୍‌-୨୧ ଯୁଦ୍ଧ ବିମାନର ପାଇଲଟ୍‌ ଅଭିନନ୍ଦନ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନକୁ ଧ୍ୱଂସ କରିବା ପରେ ଭୁଲରେ ପାକିସ୍ତାନ ସୀମାରେ ଓହ୍ଲାଇ ପଡ଼ିଥିଲେ । ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା । ସୂଚନା ଥାଉକି ପାକିସ୍ତାନ ପାଖରେ ଏହି ଏକମାତ୍ର ଏଫ୍‌-୧୬ ଯୁଦ୍ଧ ବିମାନ ଥିଲା ।

FATHER AND MOTHER-2

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ କହିଲେ ପାକିସ୍ତାନ ଶାନ୍ତି ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛି। ଏହା ପୂର୍ବରୁ ଭାରତ ସରକାର କହିଥିଲେ ବିନା ସର୍ତ୍ତରେ ତୁରନ୍ତ ଅଭିନନ୍ଦନଙ୍କୁ ଫେରାଅ। ଆହୁରି କହିଥିଲେ ଅଭିନନ୍ଦନଙ୍କୁ ନେଇ କୌଣସି ସର୍ତ୍ତ ରଖିବା କଥା ପାକିସ୍ତାନ ଭୁଲରରେ ବି ଚିନ୍ତା ନକରୁ।

ସେପଟେ ସାରା ଦେଶରେ ପାକିସ୍ତାନ ବିରୋଧୀ ମାହୋଲ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ବିଜ୍ଞାନ ଭବନରେ ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କିଛି କହିଲେ ଯାହା ପରୋକ୍ଷରେ ଆଉ ଏକ ଚେତାବନୀ ଥିଲା ପଡ଼ୋଶୀ ରାଷ୍ଟ୍ର ପାଇଁ । ଭାଷଣ ଦେବା ବେଳେ ପାକିସ୍ତାନର ନାଁ ନନେଇ ଅଭିନନ୍ଦନଙ୍କ ଉଦାହରଣ ଦେଇ ମୋଦି କହିଥିଲେ ଏହା ଥିଲା ପାଇଲଟ ପ୍ରୋଜେକ୍ଟ । ଏବେ ରିୟଲ ହେବ, ଏଇଟା ତ କେବଳ ପ୍ରାକ୍ଟିସ ଥିଲା।