ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେସନ। ଶୀତ ଅଧିବେଶନରେ ଆସିପାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ । ୱାନ ନେସନ, ୱାନ ଇଲେକସନ ଓ ୱାକଫ୍ ଭଳି ଗୁରୁତ୍ବପୂର୍ଣ୍ଣ ବିଲ ଆସିପାରେ । ପୂର୍ବରୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିସାରିଛି । ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଆଧାରରେ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।
ଅନ୍ୟପଟେ ମଣିପୁର ହିଂସା ନେଇ ସରକାରଙ୍କୁ ଘେରିବେ ବିରୋଧୀ । ସରକାରଙ୍କୁ ଘେରିବାକୁ ଆହୁରି ଅନେକ ପ୍ରସଙ୍ଗ ରହିଛି । ଆଜି ରଣନୀତି ପ୍ରସ୍ତୁତ କରିବେ ବିରୋଧୀ । ଆଜି ସକାଳେ ବିରୋଧୀ ଇଣ୍ଡିଆ ମେଣ୍ଟର ଲୋକସଭା ଓ ରାଜ୍ୟସଭା ନେତାଙ୍କ ବୈଠକ ହେବ । ଗତକାଲି ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଗୃହକୁ ସୁରୁଖୁରୁରେ ଚଳାଇବାକୁ ସରକାର ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ।