ଆମେରିକା : ତାଣ୍ଡବ ରଚିଲା ବରଫ ଝଡ, ଲକ୍ଷ ଲକ୍ଷ ଘରୁ ବିଜୁଳି ଗାଏବ, ୨୪୦୦ ଉଡ଼ାଣ ରଦ୍ଦ

ଆମେରିକାରେ ବରଫ ଝଡ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ବରଫ ଝଡ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ରାସ୍ତାଘାଟ ଜାମ୍ ହୋଇଛି । ଏଥିରେ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି । ବରଫ ତୋଫାନ ଯୋଗୁଁ ପୂର୍ବତଟରୁ ଆରମ୍ଭ କରି ନ୍ୟୁ ଜର୍ସି ପର୍ଯ୍ୟନ୍ତ ୬ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ତୁଷାରପାତ, ବରଫ, କୋହଲା ପବନ ଏବଂ ତାପମାତ୍ରା ହ୍ରାସ ଯୋଗୁ ଆମେରିକାର କେତେକ ଅଞ୍ଚଳରେ ଅବସ୍ଥା ବିପଜ୍ଜନକ ହୋଇପଡିଛି। ତୁଷାର ଝଡ଼ର ଦେଶର ସମସ୍ତଙ୍କୁ ଆତଙ୍କିତ କରିଛି ।

ଖବର ମୁତାବକ, ଭର୍ଜିନିଆ ପର୍ଯ୍ୟନ୍ତ ୧୭୫,୦୦୦ରୁ ଅଧିକ ଲୋକ ବିନା ବିଦ୍ୟୁତରେ ରହିବାକୁ ବାଧ୍ୟ ହୋଇଛନ୍ତି । ବରଫ ତୋଫାନ ଯୋଗୁଁ ୨,୪୦୦ ବିମାନ ଉଡାଣ ରଦ୍ଦ ହୋଇଛି । ହଜାରରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଛି । ବରଫ ଝଡ ଯୋଗୁଁ ରେଳଯାତ୍ରା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ୫୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ହାଡ-ଭଙ୍ଗା ଥଣ୍ଡା ଯୋଗୁ ଏୟାର ଟ୍ରାଫିକ୍ ଏବଂ ସଡକ ଯାତାୟାତ ପ୍ରଭାବିତ ହୋଇଛି ।

ରାସ୍ତାରେ ୧୮ ଇଞ୍ଚର ବରଫ ଜମି ରହିଛି । ଆମେରିକାରେ ତୁଷାର ଝଡ଼ ଯୋଗୁ ହେଉଥିବା କ୍ରମାଗତ ତୁଷାରପାତ ଦ୍ବାରା ଅନେକ ରାସ୍ତା ବନ୍ଦ ହୋଇଯାଇଛି । ଅନେକ ବିମାନବନ୍ଦରରେ ବରଫର ଘନ ଚାଦର ଘୋଡ଼େଇ ହୋଇ ରହିଛି । ପାଣିପାଗ ବିଭାଗ ମୁତାବକ, ବରଫ ତୋଫାନ ଯୋଗୁଁ ଅନେକ ଅଞ୍ଚଳରେ ତାପମାତ୍ର ସବନିମ୍ନ ୧୮ ଡିଗ୍ରୀ ରହିଛି । ବିଭାଗ ଦ୍ୱାରା ଲୋକଙ୍କୁ ଚେତାବନୀ ଦିଆଯାଇଛି । ଆବଶ୍ୟକ ଥିଲେ ଲୋକେ ସେମାନଙ୍କ ଘରୁ ବାହାରକୁ ଆସିବା ଉଚିତ୍ । ଏଭଳି କଠିନ ସମୟରେ, ନିଜ ଘରର ଚାରି କାନ୍ଥରେ ନିଜକୁ ସୁରକ୍ଷିତ ରଖିବା ଭଲ । କାରଣ ବାହାରକୁ ଯିବାରେ ବିପଦ ଆଶଙ୍କା ରହିଛି । ବରଫ ଝଡ, ଥଣ୍ଡା ପବନ ଯୋଗୁଁ ଲଗାତାର ଜନଜୀବନ ପ୍ରଭାବିତ ହେଉଛି ।

ଅନେକ ରାଜ୍ୟରେ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ବରଫଝଡ଼ କାରଣରୁ ସମଗ୍ର ଆମେରିକାର ପାଖାପାଖି ୬ କୋଟି ଲୋକ ପ୍ରଭାବିତ ହେବେ । ଦେଶର ଉତ୍ତର-ପଶ୍ଚିମରେ ଥିବା ରକି ପର୍ବତସ୍ଥିତ ମୋଣ୍ଟାନାରୁ ନେଇ ମେରିଲାଣ୍ଡ, ଡେଲାୱେର୍ ଏବଂ ଭର୍ଜିନିଆ ଉପକୂଳବର୍ତ୍ତୀ ରାଜ୍ୟ ପର୍ଯ୍ୟନ୍ତ ଶୀତକାଳୀନ ଝଡ଼ର ଆଲର୍ଟ ଜାରି କରାଯାଇଛି ।