ଆର୍ଟ ଫେୟାରରେ ଜଣେ ମହିଳା ହାତରେ ଦୁର୍ଘଟଣାବଶତଃ ଭାଙ୍ଗିଗଲା ୩୫ ଲକ୍ଷ ଟଙ୍କାର କଳାକୃତୀ
ଜଣେ ମହିଳା ଦୁର୍ଘଟଣା ବଶତଃ ପ୍ରଖ୍ୟାତ କଳାକାର ଜେଫ୍ କୁନ୍ସଙ୍କ ଏକ କଳାକୃତୀକୁ ଭାଙ୍ଗି ଦେଇଛନ୍ତି । ଯାହାର ମୂଲ୍ୟ ଥିଲା ୪୨,୦୦୦ ଡଲାର ବା ୩୪.୭୬ ଲକ୍ଷ ଟଙ୍କା ।
ମିଆମି : ଜଣେ ମହିଳା ଦୁର୍ଘଟଣା ବଶତଃ ପ୍ରଖ୍ୟାତ କଳାକାର ଜେଫ୍ କୁନ୍ସଙ୍କ ଏକ କଳାକୃତୀକୁ ଭାଙ୍ଗି ଦେଇଛନ୍ତି । ଯାହାର ମୂଲ୍ୟ ଥିଲା ୪୨,୦୦୦ ଡଲାର ବା ୩୪.୭୬ ଲକ୍ଷ ଟଙ୍କା ।
ବେଳେ ବେଳେ କଳାକୃତୀ ଏତେ ସୁନ୍ଦର ଥାଏ ଯେ ଏହାର ବାସ୍ତବ ଅବସ୍ଥା ଜାଣିବା ସମ୍ଭବ ହୋଇ ନଥାଏ । କଳାକୃତୀଟି ଏତେ ପ୍ରାକୃତିକ ଦିଶୁ ଥିଲା ଯେ ମହିଳା ଏହାକୁ ପରଖୁ ପରଖୁ କିଛି କାଣରବଶତଃ ଏହା ଭାଙ୍ଗି ଯାଇଥିଲା ।
ବ୍ଲୁ ରଂଗର ଚକ୍ ଚକ୍ କରୁଥିବା ଏହି କଳାକୃତୀଟି ପ୍ରଖ୍ୟାତ ସ୍ଥପତିକାର କୁନ୍ସଙ୍କର ‘ବେଲୁନ୍ ଡଗ୍ସ’ ସିରିଜର ଏକ କଳାକୃତୀ ଥିଲା । ଯାହାର ମୂଲ୍ୟ ରଖାଯାଇଥିଲା ୪୨,୦୦୦ ଡଲାର ।
ଦୁର୍ଘଟଣାଟି ଘଟିଥିଲା ଆମେରିକା ମିଆମିରେ ଚାଲିଥିବା ଏକ ଦାମୀ କଳାକୃତୀ ପ୍ରଦର୍ଶନରେ । କଳାକୃତୀଟି ଆକ୍ରିଲିକ ବେସ୍ ରେ ତିଆରି ହେବା ସହ ଏଥିରେ କୁନ୍ସଙ୍କ ନାମ ଲେଖାଯାଇଥିଲା । କଳାକୃତୀଟି ଏତେ ଔଜଲ୍ୟ ଓ ସୁନ୍ଦର ଥିଲା ଯେ ମହିଳା ଜଣକ ଏହାର ବାସ୍ତବତା ଜାଣିବା ପାଇଁ ଏହାକୁ ପରଖୁ ଥିବା ବେଳେ ହଠାତ୍ ଭାଙ୍ଗି ଯାଇଥିଲା ।