ଶାଳୀକୁ ଅପହରଣ କରି ଜଣେ ବୟସ୍କ ବ୍ୟକ୍ତିଙ୍କ ସହିତ ବିବାହ କରାଇଲା ଭିଣୋଇ, ଏବେ କୋର୍ଟରେ ଏମିତି କହିଲେ ଯୁବତୀ

ବିହାରର ଛାପରାରେ ପ୍ରେମ ପ୍ରସଙ୍ଗର ଅଜବ ଗଜବ ମାମଲା ସାମ୍ନାକୁ ଆସିଛି । ଛପରାର ଭେଲଦିରେ ମା ନିଜର ଝିଅକୁ ଅପହରଣ କରାଯାଇଥିବା ନେଇ ଥାନାରେ କେସ୍‌ ରୁଜୁ ହୋଇଥିଲା । ଯାହାପରେ ପୋଲିସ୍‌ ଯୁବତୀଙ୍କୁ ଖୋଜିବା ଆରମ୍ଭ କରିଥିଲା । କିନ୍ତୁ ପୋଲିସର ତନାଘନାକୁ ନଜରରେ ରଖି ଯୁବତୀ ଜଣଙ୍କ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

court

ଏହାସହ ପଢନ୍ତୁ:

କ୍ଷୁଦ୍ର ବ୍ୟବସାୟୀଙ୍କୁ ବଡ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ, ଘରେ ବସି ସବୁ ମାସରେ ପାଇବେ ୩ହଜାର ଟଙ୍କା ପେନସନ୍‌

ବର୍ତ୍ତମାନ ସିଜେଏମ୍‌ କୋର୍ଟରେ ଯୁବତୀ ଜଣଙ୍କ ନିଜର ଭିଣୋଇ ବିରୋଧରେ ଅଭିଯୋଗ କରିଛି ।ତାଙ୍କୁ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ବିବାହ କରାଇ ଦେଇଛନ୍ତି । ଏମିତିକି ତାଙ୍କୁ ବିକ୍ରି କରି ଦିଆଯାଇଥିବାର ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଯୁବତୀ ଜଣ ଭିଣୋଇଙ୍କ ନାଁରେ ଅଭିଯୋଗ ଆଣିଥିଲେ ମଧ୍ୟ ସେ ବାହା ହୋଇଥିବା ବ୍ୟକ୍ତିଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ।

ସେ କହିଛନ୍ତି, ମୁଁ ମୋ ସ୍ୱାମୀଙ୍କ ପ୍ରେମରେ ପଡ଼ିଗଲିଣି । ତାଙ୍କର ସହିତ ରହିବି । ଏହା ପରେ କୋର୍ଟ ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ପାଖରେ ରହିବାକୁ ଅନୁମତି ଦେଇଛନ୍ତି । ମାମଲାଟି ଭେଲଦି ଥାନା ଅଞ୍ଚଳରେ ଥିବା ଯୋଗିନୀ ପରସା ଗାଁର ।