ମାଳଦ୍ଵୀପର ମାଫୁଶି ନନ ରିସୋର୍ଟ ଦ୍ଵିପରେ ଜଣେ ମହିଳା ବିକିନି ପିନ୍ଧିଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ତିନିଜଣ ପୋଲିସ ଅଧିକାରୀଙ୍କ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି ଯେଉଁମାନେ ତାଙ୍କୁ ତଉଲିଆରେ ଢାଙ୍କିବାକୁ ଚେଷ୍ଟା କରୁଛନ୍ତି ।
ମାଳଦ୍ଵୀପର ପୋଲିସ ସର୍ଭିସ କମିଶନର ମହମ୍ମଦ ହମିଦ ମହିଳାଙ୍କୁ ଗିରଫ କରିବା ପରେ ସାର୍ବଜନିକ ଭାବେ ତାଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଏହି ଭିଡିଓରେ ମହିଳାଜଣକ ବ୍ରିଟିଶ ଭାଷାରେ ଚିଲାଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ କହୁଛନ୍ତି ଯେ ‘ଆପଣ ମୋତେ ଯୋଉଁ ଉତ୍ପୀଡ଼ନ ଦେଉଛନ୍ତି’ ।
ଯଦିଓ ଦ୍ଵିପରେ ବିକନି ପିନ୍ଧିବା କୌଣସି ବେଆଇନ କାର୍ଯ୍ୟ ନୁହେଁ କିନ୍ତୁ ହଲିଡେ ରିସର୍ଟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏହା ସମ୍ପୂର୍ଣ୍ଣ ଭାବେ ମନା ହୋଇଥାଏ ।