ଲକଡାଉନ ବେଳେ ପୋଲିସ ସାମ୍ନାରେ ଖଣ୍ଡା ନେଇ ଠିଆ ହେଲେ ମହିଳା, କହିଲେ ସାହସ ଅଛି ତ ହଟାଅ, ଦେଖନ୍ତୁ ଫଟୋ

ଲକଡାଉନ ବେଳେ ସମସ୍ତଙ୍କୁ ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକୁ ଯିଏ ଅମାନ୍ୟ କରିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ବି କୁହାଯାଇଛି। କରୋନାକୁ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଲୋକମାନେ ଚେତିବା ନାଁ ଧରୁନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ।

ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରେ ନବରାତ୍ର ଯୋଗୁ ସେଠାକାର ଜଣେ ମହିଳା ଦୁର୍ଗା ବେଶ ଧାରଣ କରିଥିଲେ। ଫଳରେ ସେଠାରେ ପ୍ରବଳ ଭିଡ ଜମିଥିଲା। ଭିଡ଼ ହଟାଇବାକୁ ପୋଲିସ ଓ ପ୍ରଶାସନ ପହଞ୍ଚିବାରୁ ଦୁର୍ଗା ବେଶ ଧାରଣ କରିଥିବା ମହିଳା ଓଲଟା ପୋଲିସକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେ SDM ଓ CO ଙ୍କୁ ହାଣିବାକୁ ଚେଷ୍ଟା କରିଥିଲେ। ମାତ୍ର ଭାଗ୍ୟବଶତଃ ସେମାନଙ୍କର କିଛି ହୋଇନାହିଁ।

देवरिया लॉकडाउन।

ଖବର ପାଇଁ ପୋଲିସ ଆହୁରି ଅଧିକ ଯବାନଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ଗିରଫ କରିବା ସହ ଭିଡ଼ ହଟାଇଥିଲା। ସୂଚନାଯୋଗ୍ୟ ଯେ ମହିଳାଙ୍କ ନାଁ ହେଉଛି ସୁଭଦ୍ରା ଦେବୀ ଓ ସେ ସେଠାକାର ଜଣେ ଶିକ୍ଷକଙ୍କ ପତ୍ନୀ। ସୁଭଦ୍ରା ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଅନ୍ଧବିଶ୍ୱାସକୁ ସତ ବୋଲି କହି ଠକି ଚାଲୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.