କୋର୍ଟକୁ ନ୍ୟାୟ ପାଇଁ ଯାଇଥିଲେ ଗୋଟିଏ ପରିବାର କିନ୍ତୁ ସ୍ୱାମୀକୁ ଜୋତାରେ ପିଟିଲା ସ୍ତ୍ରୀ
ଗୋଟିଏ ମାମଲାରେ ସ୍ୱାମୀ-ସ୍ତ୍ରୀ ପରିବାର କୋର୍ଟକୁ ଆସିଥିଲେ । କିନ୍ତୁ ତା’ପରେ ଏପରି କିଛି ଘଟିଗଲା ଯେ ପତ୍ନୀ ଜୋତା କାଢ଼ି ସ୍ୱାମୀଙ୍କୁ ପିଟିବା ଆରମ୍ଭ କଲେ। ଆଉ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ପତି ପତ୍ନୀ ସମ୍ପର୍କ ସବୁଠୁ ଉର୍ଦ୍ଧ୍ୱରେ । ଗୋଟିଏ ସ୍ତ୍ରୀ ନଜରରେ ସ୍ୱାମୀ ତା ପାଇଁ ଇଶ୍ୱର ସମାନ ହୋଇଥାଏ । ଆଉ ଦୁହିଁଙ୍କ ସମ୍ପର୍କରେ ପରସ୍ପର ପ୍ରତି ରହିଥାଏ ସ୍ନେହ ପ୍ରେମ ଆଉ ଭଲପାଇବା । ଯେଉଁ ଭଲପାଇବା ଏହି ସଂସାରରେ ପ୍ରତ୍ୟେକ ପରିବାରରେ ଦେଖାଯାଏ । ପ୍ରାୟତଃ ଯେତେବେଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମସ୍ୟା ଉପୁଜେ ସେତେବେଳେ ଉଭୟ ସ୍ୱାମୀ ସ୍ତ୍ରୀ ମଦ୍ୟରେ ଫାଟକ ସୃଷ୍ଟି ହୋଇଥାଏ । ଆଉ ସେହିକ୍ଷଣି ସବୁ ପ୍ରେମ ଆଉ ଭଲପାଇବା ସବୁ ଘୃଣାରେ ପରିଣତ ହୋଇଯାଏ । ଆଉ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଦେଖିବାକୁ ମିଳିଥାଏ । ଏପରି ପରିସ୍ଥିତିରେ ସ୍ବାମୀ ଏବଂ ସ୍ତ୍ରୀ ସାଧାରଣତଃ ଘରେ ବସି ସମନ୍ବୟ ରକ୍ଷା କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ବେଳେବେଳେ ଏହା ହୁଏ ନାହିଁ ଏବଂ ଯାହାଫଳରେ ଘର ମାମଲା ଦାଣ୍ଡରେ ପଡ଼ିଥାଏ ଆଉ ଏହି ମାମଲା କୋର୍ଟରେ ଯାଇ ପହଞ୍ଚିଥାଏ । ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଦେଖିବା ପରେ ଆପଣ ହତ୍ବାକ୍ ହୋଇ ରହିଯିବେ ।
ଗୋଟିଏ ମାମଲାରେ ସ୍ୱାମୀ-ସ୍ତ୍ରୀ ପରିବାର କୋର୍ଟକୁ ଆସିଥିଲେ । କିନ୍ତୁ ତା’ପରେ ଏପରି କିଛି ଘଟିଗଲା ଯେ ପତ୍ନୀ ଜୋତା କାଢ଼ି ସ୍ୱାମୀଙ୍କୁ ପିଟିବା ଆରମ୍ଭ କଲେ। ଆଉ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ଭିଡିଓ ଉପରେ ଲୋକମାନେ ମଧ୍ୟ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।
ଏହି ଭାଇରାଲ ଭିଡିଓରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ପାଟିତୁଣ୍ଡ କୋର୍ଟ ସମ୍ମୁଖରେ ଦେଖିବାକୁ ମିଳିଛି । ଆଉ ସେହି ସ୍ଥାନରେ ବ୍ୟକ୍ତିଙ୍କୁ ପୋଲିସ ଏବଂ ଓକିଲଙ୍କ ଦ୍ୱାରା ଘେରି ରହିଥିବାର ନଜର ଆସିଛନ୍ତି । ଜଣେ ମହିଳା ସ୍ବାମୀଙ୍କୁ ଜୋତାରେ ପିଟୁଥିବା ଦେଖାଯାଉଛି । ଓକିଲ ଏବଂ ପୋଲିସ ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ମହିଳା ପୋଲିସ ସେହି ମହିଳାଙ୍କୁ ଅଟକାଉଥିବା ନଜର ଆସିଛନ୍ତି । ପରସ୍ପର ସହିତ ଝଗଡା କରୁଥିବା ଦୁଇ ଜଣ ସ୍ବାମୀ ଏବଂ ସ୍ତ୍ରୀ ଏଭଳି ଝଗଡ଼ା ଲାଗୁଛନ୍ତି ଯେ ସ୍ଥାନୀୟ ଲୋକେ ଦେଖି ବୁଝାଇବାକୁ ଚେଷ୍ଟା କରିଥିଲେ ହେଲେ ଦୁହେଁ ବୁଝିବାକୁ ନାରାଜ୍ ଥିଲେ । ଶେଷରେ ଏହି କଳି ଆକ୍ରମଣର ରୂପ ନେଇଥିଲା । ଏଭଳି ଘଟଣା ଲକ୍ଷ୍ନୌର କୋର୍ଟ ସମ୍ମୁଖରେ ଦେଖିବାକୁ ମିଳିଥିଲା ।
ପାରିବାରିକ କଳହର ସମାଧାନ ପାଇଁ ଏକ ପରିବାର ଲକ୍ଷ୍ନୌର କୋର୍ଟକୁ ଆସିଥିଲେ । କିନ୍ତୁ ଏଠାରେ ଏତେ ଖରାପ ସ୍ଥିତି ଉପୁଜିଲା ଯେ ପତ୍ନୀ ଜୋତା ବାହାର କରି ସ୍ୱାମୀଙ୍କୁ ପିଟିବା ଆରମ୍ଭ କଲେ । କୋର୍ଟ ପରିସରରେ ଉପସ୍ଥିତ ଥିବା ଲୋକମାନେ ଏହି ସମଗ୍ର ସଂଗ୍ରାମର ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି ।
ଭାଇରାଲ ହେଉଥିବା ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @gharkekalesh ନାମକ ଏକ ପେଜ୍ରୁ ଶେୟାର କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ ପ୍ରାୟ ୫୬ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିଛନ୍ତି । ଏହି ଭିଡିଓ ଟିକୁ ଲୋକ ଦେଖିବା ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଜଣେ ଉପଭୋକ୍ତା ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି, ‘ୱୋ, ଯଦି ମାଉସୀ ଏହା ପୂର୍ବରୁ କରିଥାନ୍ତେ, ତେବେ ତାଙ୍କୁ ପରିବାର କୋର୍ଟକୁ ଆସିବାକୁ ପଡି ନଥାନ୍ତା । ତେଣୁ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ପାରିବାରିକ ସମସ୍ୟାର ସମାଧାନ କେବଳ ପରିବାର ମଧ୍ୟରେ ହେବା ଉଚିତ, ଏହିପରି ବଦନାମ ହୁଏ । ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ‘ଯଦି ଆପଣ ଘରେ ସନ୍ତୁଷ୍ଟ ନୁହଁନ୍ତି ତେବେ କୋର୍ଟରେ ମଧ୍ୟ ଅସୁବିଧା ହେବ।