ଅନ୍ତଃବସ୍ତ୍ରରେ କ୍ୟାମେରା ଲଗାଇ ବିକ୍ରି କରୁଛି କମ୍ପାନୀ, ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ସତ
ଅନ୍ତଃବସ୍ତ୍ରରେ କ୍ୟାମେରା। କ୍ୟାମେରା ମାଧ୍ୟମରେ ମହିଳାଙ୍କ ତଥ୍ୟ ରଖୁଛି କମ୍ପାନୀ। ଏକ ପୋଷାକ କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ଜଣେ ମହିଳା। ମହିଳା ଅଭିଯୋଗ କରିଛନ୍ତି ଯେ ସେ କିଣିଥିବା ଅନ୍ତଃବସ୍ତ୍ରରେ ଏକ ଡିଭାଇସ୍ ଲାଗିଛି, ଯାହା ତାଙ୍କ ଲୋକେସନ୍ ଟ୍ରାକ୍ କରିବା ସହ ଭିଡିଓ ଉତ୍ତୋଳନ କରୁଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।
Woman thinks anti-theft device in bra is tracking her https://t.co/GUzuVyX7m2
— Daily Mail Online (@MailOnline) September 17, 2021
ମହିଳା କହିଛନ୍ତି, ସେ ଭିକ୍ଟୋରିଆ ସିକ୍ରେଟ୍ସରୁ ଏକ ବ୍ରା କିଣିଥିଲେ। କିନ୍ତୁ ପିନ୍ଧିବା ବେଳେ ବ୍ରା ଭିତରେ ଏକ ଅଦ୍ଭୁତ ଜିନିଷ ଉପରେ ତାଙ୍କ ନଜର ପଡ଼ିଥିଲା। ସେ ବ୍ରାକୁ କାଟିବାରୁ ତା ଭିତରରୁ ଏକ ଡିଭାଇସ୍ ବାହାରିଥିଲା। ଏହି ଡିଭାଇସ୍ ଏକ ସିକ୍ରେଟ୍ କ୍ୟାମେରା ବୋଲି ସେ ଦାବି କରିଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୂରା ସତ ସାମ୍ନାକୁ ଆସିଛି।
ମହିଳା ଭିଡିଓ ପୋଷ୍ଟ କରିବା ପରେ ଲୋକମାନେ ତାଙ୍କ ମଜାକ୍ ଉଡ଼ାଇଛନ୍ତି। ଲୋକେ କହିଛନ୍ତି, ମହିଳା ଯାହାକୁ କ୍ୟାମେରା କହୁଛନ୍ତି ତାହା ପ୍ରକୃତରେ କ୍ୟାମେରା ନୁହେଁ ବରଂ ଏକ ଆଣ୍ଟି ଥେପ୍ଟ ଡିଭାଇସ୍। ଏହାକୁ ଦୋକାନରେ ଚୋରିରୁ ସୁରକ୍ଷା ପାଇଁ ବ୍ୟବହାର କରାଯାଏ। କିନ୍ତୁ ମହିଳା ବ୍ରା କିଣିବା ପରେ ତାହାକୁ ଦୋକାନୀ ଖୋଲିବାକୁ ଭୁଲିଯାଇଛନ୍ତି। ଫଳରେ ମହିଳା ତାହାକୁ କ୍ୟାମେରା ଭାବି ନେଇଛନ୍ତି ବୋଲି ଲୋକେ ତାଙ୍କୁ ଜଣାଇଛନ୍ତି। ଆଉ କିଛି ୟୁଜର ମହିଳାଙ୍କ ବୁଦ୍ଧିମତାକୁ ନେଇ ମଧ୍ୟ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।