ମେକଅପ୍ ନେଲା ଜୀବନ, ଆଖିରେ କଳା ଅଧିକ ସମୟ ନରହିବାରୁ ଆତ୍ମହତ୍ୟା କଲେ ମହିଳା

ମେକଅପ୍ ନେଲା ଜୀବନ । ଚେହେରାରେ ମେକଅପ୍ ଅଧିକ ସମୟ ନରହିବାରୁ ଆତ୍ମହତ୍ୟା କଲେ ମହିଳା । ଘଟଣାଟି ହେଉଛି ମହରାଷ୍ଟ୍ରର ନାସିକ୍ ଅଞ୍ଚଳର । ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଉଛନ୍ତି ୨୭ ବର୍ଷୀୟା ଭାସ୍କର ଖରଚାନ୍ । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଛାଡିଯାଇଛନ୍ତି ଭାସ୍କର । ଯେଉଁଥିରେ ସେ ସ୍ପଷ୍ଟ ଭାବରେ ଆତ୍ମହତ୍ୟାର କାରଣ ଲେଖିଛନ୍ତି ।

Sucide nashikଆଖିକୁ କଷ୍ଟ ହେଉଛି, ଆଉ ବାରମ୍ବାର ପାଣି ମଧ୍ୟ ବାହାରୁଛି । ଯାହା ଫଳରେ ଚେହେରାରେ ମେକଅପ୍ ଅଧିକ ସମୟ ରହୁନି । ଆଖିରୁ ପାଣି ବାହାରିବା କାହାଣରୁ କାଜଲ୍ ମଧ୍ୟ ବେଶୀ ସମୟ ରହୁନି । ଯାହା ଫଳରେ ମୁଁ ସୁନ୍ଦର ଦେଖାଯାଉନାହିଁ । ଏହି ସବୁ କଥା ସୁଇସାଇଡ୍ ନୋଟରେ ଲେଖି ବିବାହିତା ଭାସ୍କର ନିଜ ଜୀବନ ହାରିଛନ୍ତି ।

ଏହା ସହ ଆହୁରି ଲେଖିଛନ୍ତି, ମୁଁ ପୂର୍ବରୁ ବହୁତ ସୁନ୍ଦର ଥିଲି । କିନ୍ତୁ ଏବେ ଧୀରେ ଧୀରେ ମୋ ସୌନ୍ଦର୍ଯ୍ୟ କମିଗଲାଣି । ମେକଅପ୍ ଚେହେରାରେ ନରହିବାରୁ ମୁଁ ଅଧିକ ଅସୁନ୍ଦର ଦେଖାଯାଉଛି । ଯାହା ଫଳରେ ମୋତେ ନିଜ ଉପରେ ଲାଜ ଲାଗୁଛି । ଏସବୁ ଲେଖି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ଭାସ୍କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.