ପାହାଡ଼ ଧାରରେ ସେଲ୍‌ଫି ନେଉ ନେଉ ଖସିଗଲା ପାଦ, ୧୦୦ ଫୁଟ୍‌ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ

ସେଲ୍‌ଫି ଯୋଗୁ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ। ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ମହିଳା ସେଲ୍‌ଫି ନେବା ବେଳେ ପାହାଡ଼ରୁ ତଳକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି। ମହିଳା ଜଣକ ପରିବାର ସହ ଛୁଟି କାଟିବାକୁ ଯାଇଥିଲେ। ସେଲ୍‌ଫି ନେବା ପାଇଁ ସେ ପାହାଡ଼ ଶିଖରକୁ ଚାଲିଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ୧୦୦ ଫୁଟ୍‌ ତଳକୁ ଖସିପଡ଼ି ପ୍ରାଣ ହରାଇଛନ୍ତି।

୩୮ ବର୍ଷୀୟା ରୋଜି ଲୁମ୍ବା ପରିବାର ସହ ଛୁଟି କାଟିବାକୁ ଅଷ୍ଟ୍ରେଲିଆର ବୋରୋକା ଲୁକ୍‌ଆଉଟ୍‌ ପାଖକୁ ଯାଇଥିଲେ। ଏହି ସମୟରେ ସ୍ୱାମୀ ଓ ଛୁଆଙ୍କ ସାମ୍ନାରେ ହିଁ ପାହାଡ଼ରୁ ଖସି ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ୨୦୨୦ ଡିସେମ୍ବରର। କିନ୍ତୁ ଏବେ ଏହି ମାମଲାରେ ଅନେକ ଖୁଲାସା ହୋଇଛି।

ଏହି ମାମଲାରେ ଡେପୁଟି ଷ୍ଟେଟ୍‌ କୋରୋନର ଜ୍ୟାକି ହକିନ୍ସ କହିଛନ୍ତି, ମହିଳା ସେଲ୍ଫି ରକ୍‌ ଯାଏଁ ଯିବା ପରେ ଫେରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ପାଦ ଖସିଯାଇଥିଲା ଓ ସେ ତଳେ ଖସିପଡ଼ିଥିଲେ।

Suicide2

ରିପୋର୍ଟ ମୁତାବକ, ରୋଜି ଲୁମ୍ବା ସ୍ୱାମୀ ବସନ୍ତ ଓ ଦୁଇ ପିଲାଙ୍କ ସହ ଟ୍ରିପ୍‌ରେ ଯାଇଥିଲେ। ଏହି ସମୟରେ ଏକ ଭିୟୁ ପଏଣ୍ଟ ପାଖକୁ ସ୍ୱାମୀ-ସ୍ତ୍ରୀ ଫଟୋ ଉଠାଇବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ କପଲ ସେଲ୍‌ଫି ପାଇଁ ସେଫ୍ଟି ସ୍ଥାନ ପାର କରିଯାଇଥିଲେ ଓ ଧାରରେ ପହଞ୍ଚିଥିଲେ। ସେଠାରେ ସେମାନେ କିଛି ଫଟୋ ବି ଉଠାଇଥିଲେ। କିନ୍ତୁ ମାତ୍ର କିଛି ସମୟ ଭିତରେ ହିଁ ଏହି ମଜା ସଜ୍ଜା ପାଲଟିଗଲା ଓ ମହିଳା ତଳକୁ ଖସି ପଡ଼ି ପ୍ରାଣ ହରାଇଥିଲେ।

Also Read: ଗ୍ଲାମର ଗଳିର ଗହନ କଥା: କିଛି ଲଢ଼ନ୍ତି, କିଛି ଫେରିଯାଆନ୍ତି ଓ ଆଉ କିଛି ବୁଝାମଣା କରିନିଅନ୍ତି

Leave A Reply

Your email address will not be published.