Below header

ବାହାଘରରେ ଦାମୀ ଗିଫ୍ଟ ଦେବେ କହି ଭଉଣୀକୁ ଚୂନା ଲଗାଇଲେ ଭାଇ, ପୂରା କାହାଣୀ ଜାଣିଲେ ମୁଣ୍ଡ ହୋଇଯିବ ଗୋଲ୍‌

କହିଥିଲେ ବାହା ହେଲେ ଦୁନିଆର ସବୁଠୁ ଦାମୀ ଉପହାର ଦେବେ। ହେଲେ ଲଗାଇଦେଲେ ଚୂନା। ଦାମୀ ଗିଫ୍ଟ ଦେବାକୁ କହି ଲୁଟିନେଲେ ୨ଲକ୍ଷ ଟଙ୍କା। ସଲମା ନାମକ ଜଣେ ଯୁବତୀଙ୍କଠୁ ୩ ଅଭିଯୁକ୍ତ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି।

ସାଇବର ଫ୍ରଡ୍‌ ବନିଲା ଧରମ ଭାଇ…ଭାଇ ଭାଇ କହି ପୋତି ପକାଉଥିଲ ଭଉଣୀ…କିନ୍ତୁ ସେ ଭାଇ ନଥିଲା ଥିଲା ଲୁଟେରା…ବାହାଘରରେ ଦାମୀ ଗିଫ୍ଟ ଦେବେ କହି ଠକିଦେଲେ ୩ ଭାଇ। କହିଥିଲେ ବାହା ହେଲେ ଦୁନିଆର ସବୁଠୁ ଦାମୀ ଉପହାର ଦେବେ। ହେଲେ ଲଗାଇଦେଲେ ଚୂନା। ଦାମୀ ଗିଫ୍ଟ ଦେବାକୁ କହି ଲୁଟିନେଲେ ୨ଲକ୍ଷ ଟଙ୍କା। ସଲମା ନାମକ ଜଣେ ଯୁବତୀଙ୍କଠୁ ୩ ଅଭିଯୁକ୍ତ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ମାମଲା ବି ରୁଜୁ ହୋଇଛି। ଯାହା ଏବେ ଚର୍ଚ୍ଚାର ବିଷୟରେ ପାଲଟିଛି । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌ ଇନ୍ଦିରାନଗରରେ। ଯେଉଁଠି ସାଇବର ଫ୍ରଡର ଏକ ନୂଆ ତରିକା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ ।

ପ୍ରଥମେ ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ। ଏହାପରେ ଗଢ଼ିଉଠିଲା ଭାଇ ଭଉଣୀର ସମ୍ପର୍କ। ତାପରେ ଚାଲିଲା ଚାଟିଙ୍ଗ୍‌ । କିନ୍ତୁ ତା’ପରେ ଠକେଇର ଶିକାର ହେଲେ ଭଉଣୀ। ସଲମାଙ୍କ ସହ ଇନଷ୍ଟାଗ୍ରାମ ଜରିଆରେ ୩ ଯୁବକ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନ କରିଥିଲେ। ୩ ଯୁବକଙ୍କ ନାଁ ହେଲା ରବି କୁମାର, ରାଣା ପ୍ରତାପ ସିଂ ଏବଂ ମନୋଜ। ସଲମାଙ୍କ ଭିତରେ ନିଜ ପାଇଁ ଭରସା ଆଣିଥିଲେ ୩ ଲୁଟେରା । ୩ ଜଣଙ୍କୁ ଭାଇ ଭାବେ ଗ୍ରହଣ କରିନେଇଥିଲେ ସଲମା । ଏହାର ଫାଇଦା ଉଠାଇ ସଲମାଙ୍କୁ କଳାକନା ବୁଲାଇଲେ ୩ ଜଣ ଲୁଟେରା ।

ସଲମାଙ୍କ କହିବାନୁଯାୟୀ ବନ୍ଧୁତ୍ୱର କିଛିଦିନ ପରେ ରବି ତାଙ୍କୁ ଫୋନ୍‌ କରି କହିଥିଲେ ଯେ, ସେ ତାଙ୍କ ବାହାଘର ପାଇଁ ଦାମୀ ଜିନିଷ ପଠାଇବାକୁ ଚାହୁଁଛନ୍ତି। ଏଥିପାଇଁ ସଲମାଙ୍କୁ ସିପିଙ୍ଗ୍‌ ବାହାନାରେ ପରିଚୟପତ୍ର ଅର୍ଥାତ ଆଧାରକାର୍ଡ ଓ ଫଟୋ ଆବଶ୍ୟକ ବୋଲି କହିଲା । ଏହାପରେ ମନୋଜ ତାଙ୍କୁ କଲ୍‌ କରି କହିଥିଲେ ଯେ ରବି ପଠାଇଥିବା ଜିନିଷ ଏୟାରପୋର୍ଟରେ ସିଜ୍‌ ହୋଇଯାଇଛି ।

ଆଉ ସେସବୁ ଜିନିଷ ଆଣିବା ପାଇଁ ହେଲେ ଏକ ନିର୍ଦ୍ଧିଷ୍ଟ ଅଙ୍କର ଟଙ୍କା ଦେବାକୁ ପଡ଼ିବ। ଟଙ୍କା ଦେବା ପାଇଁ ସଲମା କିନ୍ତୁ ମନା କରିଦେଇଥିଲେ। ହେଲେ ମନୋଜ ତାଙ୍କୁ ଡରାଇଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସିବିଆଇ, କ୍ରାଇମବ୍ରାଞ୍ଚ ଏବଂ ଆୟକର ବିଭାଗ ତାଙ୍କୁ ଗିରଫ କରିବେ ।

ଲୁଟେରାଙ୍କ ଧମକ ଶୁଣି ବାଧ୍ୟ ହୋଇ ସଲମା ୧.୯୪ ଲକ୍ଷ ଟଙ୍କା ଅନଲାଇନରେ କ୍ୟୁଆର୍‌ କୋଡ୍‌ ଜରିଆରେ ଦେଇଥିଲେ । ଏହାପରେ ସେ ଲୁଟେରାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ମାମଲା ରୁଜୁ ପରେ ପୋଲିସ ଏନେଇ ତଦନ୍ତ ବି ଆରମ୍ଭ କରିଛି ।

ସାବଧାନ୍‌ ହୋଇଯାନ୍ତୁ । ନଚେତ ଆପଣଙ୍କ ସହ ବି ଏମିତି ହୋଇପାରେ । ଆପଣଙ୍କ ସହ ଏମିତି ହେବାକୁ ବେଶି ଡେରି ଲାଗିବନି ଆଜ୍ଞା । ସେଥିପାଇଁ ସେ ଫେସବୁକ ହେଉ ଅବା ଇନଷ୍ଟାଗ୍ରାମ କିମ୍ବା କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ହେଉ ବିନା ଭେରିଫିକେସନରେ ଏରାଗେରା କାହାକୁ ବି ଫ୍ରେଣ୍ଡ୍‌ ବନାନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.