ଏମିତି ଭିକାରୀ ଦେଖିନଥିବେ ଆପଣ ! ମହିଳା ଅନଲାଇନରେ ଭିକ ମାଗି ୧୭ଦିନରେ ରୋଜଗାର କଲେ ୩୫ଲକ୍ଷ

ଦୁବାଇ : ବର୍ତ୍ତମାନ ଲୋକ ଜୀବନରେ ସୋସିଆଲ ମିଡିଆର ଖୁବ ମହତ୍ତ୍ବ ରହିଛି। ଏହା ଦ୍ବାରା ଲୋକ ଯେକୌଣସି ସ୍ଥାନରେ ରହି ମଧ୍ୟ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିପାରୁଛନ୍ତି। ତେବେ ଏବେ ଫେସବୁକ୍, ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ସାଇଟର ବ୍ୟବହାର କରି ଭିକ ମାଗିବା ଭଳି କାମ ମଧ୍ୟ କରାଯାଉଛି। ବିଶ୍ବାସ ଲାଗୁ ନଥିଲେ ମଧ୍ୟ ସତ। ସାଉଦିଆରବ ଅମିରାତର ଦୁବାଇରେ ରହୁଥିବା ଜଣେ ମହିଳା ଅନଲାଇନରେ ଭିକ ମାଗି ରୋଜଗାର କରିଛନ୍ତି ୧୭ଦିନରେ ୩୫ଲକ୍ଷ ଟଙ୍କା। ଆସନ୍ତୁ ନଜର ପକାଇବା କଣ ରହିଥିଲା ସଂପୂର୍ଣ୍ଣ ଘଟଣା।
ମହିଳା ଜଣଙ୍କ ସୋସିଆଲ ମିଡିଆରେ ସାଧାରଣ ଜନତାଙ୍କୁ ଭାବପ୍ରବଣ ପୋଷ୍ଟ ଏବଂ ଫଟୋ ଶେୟାର କରି ଫସାଇଥିଲେ। ତାଙ୍କ କାହାଣୀ ଶୁଣି ସାଧାରଣ ଜନତା ଭାବବିହ୍ବଳ ହୋଇ ଟଙ୍କା ଟ୍ରାନ୍ସଫର କରିଥିଲେ। ଯାହା ଦ୍ବାରା ମାତ୍ର ୧୭ଦିନ ମଧ୍ୟରେ ମହିଳା ଜଣଙ୍କ ରୋଜଗାର କରିଥିଲେ ୩୫ଲକ୍ଷ ଟଙ୍କା। ତେବେ ମହିଳାଙ୍କ ଏହି କାରନାମା ଉପରୁ ତାଙ୍କ ପୂର୍ବ ସ୍ବାମୀ ପରଦା ଉଠାଇଦେଇଥିଲେ। ଏବେ ମହିଳାଙ୍କୁ ଲୋକଙ୍କୁ ଠକିବା ସହ ସେମାନଙ୍କ ଭାବନ ସହ ଖେଳିବା ଅଭିଯୋଗରେ ଗିରଫ କରାଯାଇଛି।
ମିଡିଆ ରିପୋର୍ଟ ମୁତାବକ, ମହିଳା ଜଣଙ୍କ ବିଭିନ୍ନ ସୋସିଆଲ ମିଡିଆ ପ୍ଳାଟଫର୍ମରେ ନିଜ ଆକାଉଣ୍ଟ ଖୋଲିଥିଲେ। ଏବଂ ସେଥିରେ ନିଜ ପିଲାଛୁଆଙ୍କ ଫଟୋ ଶେୟାର କରିବା ସହ ନିଜକୁ ଘରୋଇ ହିଂସାର ଶିକାର ହୋଇଥିବା କହିଥିଲେ। ସେ ସୋସିଆଲ ମିଡିଆ ଜରିଆରେ ପିଲାଙ୍କ ଲାଳନପାଳନ କରିବା ପାଇଁ ଟଙ୍କା ସଂଗ୍ରହ କରୁଛନ୍ତି ବୋଲି କହିଥିଲେ।
କିନ୍ତୁ ଏହାପରେ ତାଙ୍କ ପୂର୍ବ ସ୍ବାମୀ ଇ-କ୍ରାଇମ୍ ପ୍ଳାଟଫର୍ମ ଛୁଆମାନେ ତାଙ୍କ ସହ ରହୁଥିବା ପ୍ରମାଣ କରିବା ସହ ସେମାନେ ଖୁବ ଭଲରେ ଅଛନ୍ତି ବୋଲି କହିଥିଲେ। ଯାହା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ସୂଚନା ରହିଛି।