ପ୍ରତିଦିନ ମୃତ ସ୍ୱାମୀର ଅସ୍ଥି ପାଉଁଶ ଚାଟୁଥିଲେ ଏହି ମହିଳା, ଏମିତି କହିଲେ ତାଙ୍କର ଅନୁଭୂତି

ଟେନେସ : ବେଳେ ବେଳେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଚିନ୍ତା କଳେ ମନ ବିଚଳିତ ହୋଇଯାଏ । ଏମିତି ଏକ ଘଟଣା ଘଟିଥିଲା ଆମେରିକାର ଟେନେସେରେ । ଜଣେ ୨୬ ବର୍ଷୀୟ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ଥି ପାଉଁଶ ଚାଟିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସ୍ୱାମୀଙ୍କ ଦୁଃଖରେ ଭାଙ୍ଗିପଡ଼ିଥିବା ଏହି ମହିଳା ଜଣକ ସ୍ୱାମୀଙ୍କୁ ଭୁଲି ପାରିନଥିଲେ । ଫଳରେ ସ୍ୱାମୀଙ୍କ ଅସ୍ଥି ପାଉଁଶ ଚାଟୁଥିଲେ । ଧିରେ ଧିରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା ।

 

american
p.c : hindi.news18.com

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଦୁନିଆର ସବୁଠୁ ନିକଟତମ ସମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଏକ ଏମିତି ସମ୍ପର୍କ ଯାହା ଦୁଇ ଅଜଣା ବ୍ୟକ୍ତିଙ୍କୁ ଜନ୍ମ ଜନ୍ମ ପାଇଁ ଏକାଠି କରିଦିଏ । ଜଣକ ମୃତ୍ୟୁରେ ଅନ୍ୟ ଜଣେ ଭାଙ୍ଗିପଡ଼ିଥାଏ ।
ଏମିତି ଏକ ଘଟଣା ଘଟିଛି ଆମେରିକାର ଟେନେସେ ସହରରେ ।

ଏଠାରେ ରହୁଥିବା କୈସି ତାଙ୍କର ଅଦ୍ଭୁତ କାରନାମା ପାଇଁ ଏବେ ଚର୍ଚ୍ଚାରେ । ଆସ୍ଥମା ରୋଗରେ ସ୍ୱାମୀଙ୍କର ମୃତ୍ୟୁ ପରେ କୈସି ସ୍ୱାମୀଙ୍କ ଦୁଃଖରେ ନିଜକୁ ସମ୍ଭାଳି ପାରିନଥିଲେ । ଫଳରେ ପତିଙ୍କ ପୋଡ଼ିଯାଇଥିବା ଅସ୍ଥି ପାଉଁଶକୁ ସେ ଚାଟି ନିଜ ଭିତରେ ସ୍ୱାମୀଙ୍କ ଦୁଃଖକୁ ଭୁଲୁଥିଲେ । ଧିରେ ଧିରେ ତାଙ୍କର ଏହି କାର୍ଯ୍ୟ ଅଭ୍ୟାସରେ ପରିଣତ ହୋଇଗଲା ।

ଏବେ ସେ ସ୍ୱାମୀଙ୍କ ଅସ୍ଥି ପାଉଁଶ ଚାଟିକରି ସ୍ୱାମୀଙ୍କ ଅଭାବ ପୁରଣ କରୁଥିବା ବେଳେ ତାହା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ସେ ଏଥିପାଇଁ ଲଜ୍ଜା ଅନୁଭବ କରୁଥିବା କହୁଥିଲେ ମଧ୍ୟ ତାଙ୍କର ଏହି ଆଦତରୁ ସେ ନିଜକୁ ମୁକାଳି ପାରୁ ନାହାଁନ୍ତି । ଏହି ଅସ୍ଥି ପାଉଁଶ ଏବେ ସରି ଯିବାକୁ ବସିଛି । ତାଙ୍କର ଚିନ୍ତା ଏବେ ଯେ ସେ ବାକି ଜୀବନ କିପରି ବଞ୍ଚିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.