ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ ନୁହନ୍ତିି । ନିଜ ଜୀବନକୁ ବାଜିରେ ଲଗାଇ ଲୋକେ ରିଲ୍ସ କରୁଛନ୍ତି । ଏବେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ।

ଏଠାରେ ରିଲ୍‌ ଏବଂ ସେଲ୍ଫି ନିଶାରେ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି । ଯୁବତୀ ଜଣକ କାର୍‌ ବ୍ୟାକ୍‌ କରିବା ବେଳେ ସିଧାସଳଖ ଖାଇରେ ଖସି ପଡ଼ିଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

You might also like