ଦେଶ ବିଦେଶ

ଚଳନ୍ତା ଟ୍ରେନରୁ ଓହ୍ଲାଇବା ସମୟରେ ପ୍ଲାଟଫର୍ମ ତଳକୁ ଖସି ପଡ଼ିଲେ ମହିଳା, ଉଦ୍ଧାର କଲେ ଆରପିଏଫ ଯବାନ

ପୁଣି ଥରେ ଆରପିଏଫ ଯବାନଙ୍କ ପାଇଁ ଜଣେ ମହିଳାଙ୍କ ଜୀବନ ବଞ୍ଚିଛି । ଟିକେ ବିଳମ୍ବ ହୋଇଥିଲେ ମହିଳାଙ୍କର ଯେ କଣ ହୋଇଥାନ୍ତା ତାହା ନ କହିବା ଭଲ । ଦର୍ଶକ ବନ୍ଧୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । କିନ୍ତୁ ଏହା ପରେ ବି ଲୋକମାନେ ସତର୍କ ହେଉ ନାହାନ୍ତି ଏବଂ ଭୟଙ୍କର ଦୁର୍ଘଟଣାର ଶିକାର ହୁଅନ୍ତି । ତେବେ ସମାନ ଭାବେ ୧୩ ଜାନୁଆରୀରେ ମଧ୍ୟ ଏଭଳି କିଛି ଦୁର୍ଘଟଣା ଘଟିଥିଲା କିନ୍ତୁ ଆରପିଏଫ ଯବାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ମହିଳାଙ୍କ ଜୀବନ ବଞ୍ଚିଯାଇଛି ।

ମଧ୍ୟପ୍ରଦେଶର ଖଣ୍ଡୱା ରେଳ ଷ୍ଟେସନ ପ୍ଲାଟଫର୍ମରେ ଏକ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବାବେଳେ ଜଣେ ମହିଳା ଯାତ୍ରୀ ଟ୍ରେନ ତଳକୁ ଖସି ଯାଇଥିଲେ । ଏଭଳି ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଯାତ୍ରୀ ତାଙ୍କୁ ବଞ୍ଚାଇବା ପାଇଁ ମହିଳାଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟିରେ ଥିବା ଜଣେ ଆରପିଏଫ ଯବାନ ନିଜ ପ୍ରାଣକୁ ବାଜି ଲଗାଇ ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଶନିବାର ଦିନ ଜଣେ ମହିଳା ଯାତ୍ରୀ ଖଣ୍ଡୱା ରେଳ ଷ୍ଟେସନର ପ୍ଲାଟଫର୍ମରେ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ । ଟ୍ରେନ ଚାଲୁଥିବା ସମୟରେ ଯାତ୍ରୀମାନେ ଓହ୍ଲାଇବା ବିପଦଜ୍ଜନକ ହୋଇଥିଲେ ମଧ୍ୟ ମହିଳା ଜଣଙ୍କ ଏଭଳି ନିୟମ ଉଲଙ୍ଘନ କାର୍ଯ୍ୟ କରିଥିଲେ । ଫଳରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ସମୟରେ ଭାରସାମ୍ୟ ହରାଇ ପ୍ଲାଟଫର୍ମ ଏବଂ ଟ୍ରେନ୍ ମଝିରେ ପଡ଼ି ଯାଇଥିଲେ ମହିଳା । ଦେଖୁ ଦେଖୁ କିଛି ଦୂର ପର୍ଯ୍ୟନ୍ତ ମହିଳା ଜଣଙ୍କ ଟାଣି ହୋଇ ଯାଇଥିଲେ । ତେବେ ଏହି ସମୟ ମଧ୍ୟରେ ଡ୍ୟୁଟିରେ ଥିବା ଆରପିଏଫ ଇନ୍ସପେକ୍ଟର ବୈନୀ ପ୍ରସାଦ ମୀଣା ମହିଳାଙ୍କୁ ଠିକ୍ ସମୟରେ ପ୍ଲାଟଫର୍ମ ଉପରକୁ ଟାଣି ନେଇଥିଲେ ଯାହା ଦ୍ୱାରା ତାଙ୍କ ଜୀବନ ରକ୍ଷା ପାଇ ଥିଲା ଏବଂ ଏକ ବଡ଼ ଦୁର୍ଘଟଣା ମଧ୍ୟ ଏଡାଇ ଯାଇଥିଲା ।

ଏହି ଘଟଣା ଖଣ୍ଡୱା ରେଳ ଷ୍ଟେସନରେ ଘଟିଛି ଯେଉଁଠାରେ ହାଇଦ୍ରାବାଦ-ଜୟପୁର ଏକ୍ସପ୍ରେସ ଟ୍ରେନ ଧିର ଗତିରେ ପ୍ଲାଟଫର୍ମ ଦେଇ ଯାଉଥିଲା, ଏହି ସମୟରେ ଜଣେ ମହିଳା ଟ୍ରେନରୁ ଓହ୍ଲାଇବା ଆରମ୍ଭ କରି ଟ୍ରେନ ତଳକୁ ଖସି ଯାଇଥିଲେ । ଏହା ଦେଖି ଆରପିଏଫ ଇନ୍ସପେକ୍ଟର ସଙ୍ଗେ ସଙ୍ଗେ ଦୌଡ଼ିଯାଇ ମହିଳାଙ୍କୁ ପ୍ଲାଟଫର୍ମ ଆଡକୁ ଟାଣିଥିଲେ ଏବଂ ତାଙ୍କ ଜୀବନ ରକ୍ଷା କରିଥିଲେ ।

ଉକ୍ତ ମହିଳାଙ୍କ ଜୀବନ ତ ବଞ୍ଚି ଯାଇଥିଲା କିନ୍ତୁ ଏଭଳି ଅନେକ ଘଟଣା ଘଟୁଛି ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଉଛି । ଏନେଇ ରେଳ ବିଭାଗ ବାରମ୍ବାର ସତର୍କ କରାଉଥିଲେ ମଧ୍ୟ ଲୋକମାନଙ୍କ ଅବହେଳା କାରଣରୁ ସେମାନେ ଦୁର୍ଘଟଣାର ଶିକାର ହୁଅନ୍ତି । ଯଦି ଯାତ୍ରୀମାନେ ରେଳ ବିଭାଗର ସମସ୍ତ ନିୟମ ମାନନ୍ତେ ହୁଏତ ଏଭଳି ଦୁର୍ଘଟଣାରୁ ବର୍ତ୍ତି ଯାଇ ପାରନ୍ତେ ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

18 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago