ସୁଟକେସରେ ପଡିଛି ମୃତଦେହ : ଗୁପ୍ତାଙ୍ଗରେ ପୋଡାଦାଗ, ଦେହସାରା ଏକାଧିକ ଟାଟୁ କରି ଦିଆଯାଇଛି ନିର୍ଯାତନା

ହରିୟାଣାର ସାଇବର ସିଟି ଗୁରୁଗ୍ରାମର ଇଫକୋ ଛକ ନିକଟରୁ ଏକ ସୁଟକେସରୁ ଯୁବତୀଙ୍କ ମୃତଦେହମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ତେବେ ଯୁବତୀଙ୍କୁ ହତ୍ୟା ପୂର୍ବରୁ ଅତ୍ୟାଚାର, ଦୁଷ୍କର୍ମ ହୋଇଥିବା ଅନୁମାନ କରାଯାଉଛି। ଏହି ମାମଲାକୁ ପୋଲିସ ଗମ୍ଭୀରତାର ସହିତ ଯାଞ୍ଚ କରୁଛି।

ଖବର ମୁତାବକ, ସୁଟକେସରୁ ଯେଉଁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି, ସେଥିରେ ଟାଟୁ କରାଯାଇ ନିର୍ଯାତନା ଦିଆଯାଇଛି। ଏହାଛଡା ଯୁବତୀଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଲାଗିଛି। ମୃତଦେହର ପିଚା ଜଳିଥିବା ଦେଖିବାକୁ ମିଳିଛି। ପ୍ରଥମେ ଟାଟୁ କରି ନିର୍ଯାତନା, ତା’ ପରେ ଦୁଷ୍କର୍ମ ଏବଂ ଶେଷରେ ଥଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରୁଛି ପୋଲିସ। ତେବେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ମାମଲାର ଯାଞ୍ଚ କରୁଛି।

ଇଫକୋ ଛକ ପାଖରେ ମିଳିଥିବା ଏହି ଅର୍ଦ୍ଧ ନଗ୍ନ ମୃତଦେହ ଦେଖି ଜଣେ ଅଟୋ ଚାଳକ ପୋଲିସକୁ ଖବର ଦେଇଥିଲେ। ରାସ୍ତା କଡରେ ବୁଦା ମୂଳରେ ସନ୍ଦିଗ୍ଧ ଅବସ୍ଥାରେ ପଡିଥିବା ଏହି ସୁଟକେସକୁ ଦେଖି ପୋଲିସକୁ ଖବର ଦେଇଥିଲେ।

ଖବର ମିଳିବା ପରେ ଏଫଏସଏଲ ଏବଂ କ୍ରାଇମ ଟିମ୍‌ ଏହି ଘଟଣାର ଯାଞ୍ଚ କରୁଛି। ପୋଲିସ ଡିସିପିଙ୍କ କହିବାନୁଯାୟୀ, ପୋଲିସ ଇଫକୋ ଛକ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରୁଛି। ଅଭିଯୁକ୍ତକୁ ଖୁବଶୀଘ୍ର ଚିହ୍ନଟ କରି ଗିରଫ କରାଯିବ।ମୃତକଙ୍କ ବୟସ ୨୫ ବର୍ଷ ବୋଲି କୁହାଯାଉଛି । ଏବେ ଏହି ମାମଲାରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଡିସିପି।

Also Read : ‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ

Leave A Reply

Your email address will not be published.