ଶୋଇଥିବା ବୟଫ୍ରେଣ୍ଡଙ୍କୁ ଏଭଳି ଭୟଙ୍କର ମୃତ୍ୟୁ ଦେଲେ ମହିଳା, ମିଳିଲା ୬୦ ବର୍ଷ ପାଇଁ ଦଣ୍ଡାଦେଶ

କୁହାଯାଏ କ୍ରୋଧ ବ୍ରହ୍ମଚଣ୍ଡାଳ। କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ନିଜ ଅଜାଣତରେ ଏମିତି କାମ କରି ବସେ ଯାହାକୁ ପରେ ସୁଧାରିବା ଅସମ୍ଭବ ହୋଇପଡ଼ିଥାଏ। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଆଲାସ୍କାରେ। ଆଲାସ୍କାରେ ଜଣେ ପ୍ରେମିକା ରାଗିଯାଇ ନିଜ ବୟଫ୍ରେଣ୍ଡକୁ ଜିଅନ୍ତା ଜଳାଇଦେଇଥିବା ଘଟଣା ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ ଗିନା ବର୍ଗିଲିୟୋ(୩୨) ନାମ୍ନୀ ଯୁବତୀ ତାଙ୍କ ପୁରୁଷବନ୍ଧୁ ମାଇକେଲ ଗୋଞ୍ଜାଲେଜ୍‌ଙ୍କୁ ସୋଫାରେ ଶୋଇଥିବା ଅବସ୍ଥାରେ ଜଳାଇଦେଇଥିଲେ। ଯୁବତୀଙ୍କର ରାଗ ସେତିକିରେ ଥଣ୍ଡା ହୋଇନଥିଲା। ମାଇକେଲଙ୍କୁ ଜଳାଇଦେବା ପରେ ଯେତେବେଳେ ସେ ସାହାଯ୍ୟ ମାଗୁଥିଲେ ଗିନା ତାଙ୍କୁ ଘରେ କବାଟ ବନ୍ଦ କରିଦେଇ ବାହାରକୁ ଚାଲିଯାଇଥିଲେ। ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଆଲାସ୍କା କୋର୍ଟ ଅଭିଯୁକ୍ତ ଯୁବତୀଙ୍କୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ୯୯ ବର୍ଷ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ମାତ୍ର ପରେ ତାହାକୁ ୩୯ ବର୍ଷ କମାଇ ଦେଇ ୬୦ ବର୍ଷ କରିଛନ୍ତି।

ଏହାସହ ପଢ଼ନ୍ତୁ: ଡାହାଣୀ ସ୍ତ୍ରୀ ଦେଲା ସ୍ୱାମୀକୁ ମୃତ୍ୟୁର ଉପହାର, ଦୋଷାରେ ବିଷ ଦେଇ ନେଲା ଜୀବନ

ତେବେ ଶୁଣାଣି ବେଳେ ଗିନା କୋର୍ଟରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ ସେହି ସମୟରେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା। ନିଜ କର୍ମ ପାଇଁ ସେ ଅନୁତପ୍ତ ବୋଲି ମଧ୍ୟ କହିଥିଲେ। ଗିନାଙ୍କ ଭାଇ ରେଜିନାଲ୍ଡ କୋର୍ଟଙ୍କୁ କହିଛନ୍ତି ଯେ ୨୦ ବର୍ଷ ବୟସରୁ ଗିନା ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ଏଣୁ ତାଙ୍କ ମାନସିକ ସନ୍ତୁଳନ ବିଗିଡ଼ିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.