ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କର ଡେଲିଭରୀ କରାଇଲେ ଆର୍ମି ଡାକ୍ତର, ତାପରେ କଣ ହେଲା ଜାଣନ୍ତୁ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହିସବୁ ଫଟୋ ଏବଂ ଭିଡିଓ ମଧ୍ୟରୁ କିଛି ଏମିତି ଭିଡିଓ ଏବଂ ଫଟୋ ରହିଥାଏ ଯାହା କିଛି ନା କିଛି କାରରୁ ଲୋକଙ୍କୁ ଖୁବ୍‌ ପସନ୍ଦ ଆସେ ଆଉ ତାହା ଭାଇରାଲ ହୋଇଯାଏ। ଏମିତିରେ ଟ୍ଵିଟରରେ ଏକ ଫଟୋ ଭାଇରାଲ ହେଉଛି ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବ ଏବଂ ଅସୁବିଧା ସମସୟରେ ନିଜ ଜ୍ଞାନକୁ କିପରି ବ୍ୟବହାର କରାଯିବ ତାହା ଏଥିରୁ ଜଣାପଡୁଛି। ଟ୍ଵିଟରରେ ଭାଇରାଲ ହେଉଥିବା ଏହି ଫଟୋରେ ଦୁଇ ମହିଳା ନବଜାତ ଶିଶୁଙ୍କୁ ଧରିଥିବା ଦେଖାଯାଉଛି।

ଏହି ଫଟୋ ସେୟାର କରି ଏଡିଜି-ପିଆଇ-ଇଣ୍ଡିଆନ ଆର୍ମି ଲେଖିଛନ୍ତି, କ୍ୟାପଟେନ ଲଳିତା ଏବଂ କ୍ୟାପଟେନ୍‌ ଅମନଦୀପ ଜଣେ ମହିଳାଙ୍କ ପ୍ରସବ ପୀଡା ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି। ଏହି ଦୁଇ ଜଣ କ୍ୟାପଟେନ ଭାରତୀୟ ସେନାର ୭୨ ହପିଟାଲରେ ଡାକ୍ତର ଅଛନ୍ତି। ଏହାପରେ ସେ ଲେଖିଛନ୍ତି ‘ଏହି ଦୁଇ ଡାକ୍ତର ହାଓ୍ଵଡା ଏକ୍ସପ୍ରେସରେ ପ୍ରସବ ପୀଡା ସମୟରେ ଜଣେ ମହିଳାଙ୍କର ପ୍ରସବ ପୀଡା ସମୟରେ ତାଙ୍କୁ ସାହାଯ୍ୟ କରି ଡେଲିଭରୀ କରାଇଛନ୍ତି। ଉଭୟ ମା’ ଏବଂ ଛୁଆ ସୁସ୍ଥ ଅଛନ୍ତି।

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଡାକ୍ତରଙ୍କୁ ବହୁତ ଧନ୍ୟବାଦ ଦେବା ସହିତ ପ୍ରଶଂସା ମଧ୍ୟ କରୁଛନ୍ତି।

You might also like