ନିଜର ୩ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ମା’, ମଧ୍ୟପ୍ରଦେଶରେ ଘଟିଛି ଏହି ଅଭାବନୀୟ ଘଟଣା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟପ୍ରଦେଶର ସାଗରରେ ଜଣେ ମହିଳା ନିଜର ୩ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରଥମେ ନିଜର ୩ ପିଲାଙ୍କୁ ମାରିବା ପରେ ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି ।

ଏହାସହ ପଢନ୍ତୁ:

ଗୁଜୁରାଟ: କାନ୍ଦଲା ପୋର୍ଟରେ ସ୍ପେଷାଲ ଏଣ୍ଟ୍ରାନ୍ସରେ ନଛାଡିବାରୁ ସିକ୍ୟୁରିଟି ଗାର୍ଡକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ,…

ମହିଳା ଜଣଙ୍କ ନାମ କୁନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କୁନ୍ତି ଦେବୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା ଓ ତାଙ୍କର ୩ ଜଣ ପିଲା ତାଙ୍କ ପାଦ ତଳେ ପଡ଼ି ରହିଥିଲେ। କୁନ୍ତୀଙ୍କର ୨ ପୁଅ ଓ ଜଣେ ଝିଅ ଥିବାବେଳେ ୩ ଜଣ ଯାକ ୬ ବର୍ଷର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.