୨୦ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡି ସ୍ୱାମୀଙ୍କୁ ହତ୍ୟା କଲା ୩ଟି ପିଲାର ମା’, ଏବେ ଗିରଫ

ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କଲା ୩ଟି ପିଲାର ମା’ । ହତ୍ୟା କରିବା ପରେ ସୋରିଷ କ୍ଷେତରେ ପୋତିଦେଇଥିଲା । ଏବେ ପୋଲିସ ହାଜତରେ । ମଧ୍ୟପ୍ରଦେଶର ମୁରୈନାରେ ଘଟିଛି ଏମିତି କାଣ୍ଡ ।

ମଧ୍ୟପ୍ରଦେଶର ମୁରୈନାରେ ଜଣେ ମହିଳା ନିଜ ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ଆଉ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଘର ପଛରେ ଥିବା ସୋରିଷ କ୍ଷେତରେ ପୋତିଦେଇଥିଲେ । ପୋଲିସ ହତ୍ୟା କରିବାର ଯାଞ୍ଚ କରିବାର ୩୨ ଦିନ ପରେ କ୍ଷେତରେ ମୃତଦେହକୁ ଖୋଜି ପାଇଥିଲା । ହତ୍ୟା କରିଥିବା ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଡକମ୍ପ ଖେଳିଯାଇଛି ।

ସୂଚନା ମୁତାବକ, ବୁଦ୍ଧାପୁରା ଗାଁରେ ରହୁଥିବା ରାମହେତଙ୍କ ପତ୍ନୀ ରୀନାଙ୍କ ପ୍ରେମ ସଂପର୍କରେ ପଡୋଶୀ ସୁରଜ (୨୦)ଙ୍କ ସହିତ ଗଢି ଉଠିଥିଲା । ଗଚ ୬ ମାସ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିଚାଲିଥିଲା । ଦୁହେଁ ପରସ୍ପର ପାଇଁ ଜୀବନ ଦେବାକୁ ମଧ୍ୟ ଶପଥ ନେଇଥିଲେ । କିନ୍ତୁ ରୀନାଙ୍କ ସ୍ୱାମୀ ରାମହେତଙ୍କ ବଞ୍ଚିଥିବା ଯାଏଁ ଏସବୁ ସମ୍ଭବ ନୁହେଁ । ତେଣୁ ସ୍ୱାମୀଙ୍କୁ ମାରିବା ପାଇଁ ଯୋଜନା କରିଥିଲେ ।

୨୬ ଜାନୁଆରୀ ରାତିରେ ରାମହେତ ମଦ ନିଶାରେ ଶୋଇଥିବା ବେଳେ ରୀନା ପ୍ରେମିକଙ୍କୁ ଡାକି ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ସ୍ୱାମୀଙ୍କୁ ମାରିବା ପରେ ଘର ପଛରେ ଥିବା ସୋରିଷ କ୍ଷେତରେ ମୃତଦେହକୁ ପୋତିଦେଇଥିଲା । ପରେ ଘର ଲୋକଙ୍କୁ ରାମହେତ କୌଣସି କାମରେ ବାହାରକୁ ଯାଇଥିବା ରୀନା କହିଥିଲେ ।

ରାମହେତଙ୍କ ଭାଇ ଏବଂ ବାପା ତାଙ୍କ ମୋବାଇଲକୁ କଲ୍‌ କରିବା ପରେ ରୀନାଙ୍କ ପ୍ରେମିକ ସୁରଜ ଫୋନ ଉଠାଇଥିଲେ । ତା’ ପରେ ରାମହେତଙ୍କ ପରିବାର ସନ୍ଦେହ କରି ପୋଲିସରେ ନିଖୋଜ ହେବାର ରିପୋର୍ଟ ଦାଏର କରିଥଇଲେ ।

ପୋଲିସ ଏହି ମାମଲାର ଯାଞ୍ଚ କରିବା ପରେ ରୀନା ଏବଂ ସୁରଜଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବାକୁ ପାଇଥିଲା । ଆଉ ସୁରଜକୁ ଗିରଫ କରି ପଚରାଉଚରା କରିବାରୁ ସବୁ ସତ ସାମ୍ନାକୁ ଆସିଥିଲା । ପୋଲିସ ରୀନା ଏବଂ ସୁରଜଙ୍କୁ ଘଟଣା ସ୍ଥଳକୁ ନେଇ ମୃତଦେହକୁ ଉଦ୍ଧା କରିଥିଲା । ହତ୍ୟା ମାମଲାରେ ପୋଲିସ ରୀନା ଏବଂ ସୁରଜଙ୍କୁ ଗିରଫ କରିଛି । ରୀନାଙ୍କ ୩ଟି ପିଲା ରହିଛନ୍ତି ।

Leave A Reply

Your email address will not be published.