ମା’ ନା ରାକ୍ଷସୀ ! ପ୍ରେମିକ ସହିତ ମିଶି ୩ ବର୍ଷ ପିଲାକୁ ମାରି ଟ୍ରେନ ତଳେ ପକାଇଦେଲେ ମହିଳା, ଏବେ ଗିରଫ

ମା’, ଶବ୍ଦଟି ଯଥେଷ୍ଟ। ନିଜ ପିଲାର ସମସ୍ତ ଦୁଃଖ, କଷ୍ଟକୁ ନିଜେ ସହିଯିବାର ଶକ୍ତି ରଖିଥାଏ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ । ହୁଏତ ଆପଣଙ୍କ ନାଁ କହିବେ । ମା’ର ମମତା ପିଲାକୁ ମରଣ ମୁହଁରୁ ଛଡାଇ ଆଣେ । କିନ୍ତୁ କେବେ ମରଣ ମୁହଁକୁ ଠେଲିଦେଇପାରେନି । ହେଲେ ଏମିତି କିଛି ନୃଂଶସ ମା’ ରହିଛନ୍ତି, ଯେଉଁମାନେ ମା’ ହେବାର ଯଥାର୍ଥତାକୁ ବଳି ଦେଇଦେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ସବୁକିଛି । ନିଜ ପିଲାକୁ ହତ୍ୟା କରିବାକୁ ପଛାଉନାହାନ୍ତି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ମା’ ନିଜ ୩ ବର୍ଷର ପିଲାକୁ ହତ୍ୟା କରିବା ପରେ ଟ୍ରେନ ତଳକୁ ଫୋପାଡିଦେଇଛି। ଆଉ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହିତ ଗିରଫ କରିଛି ପୋଲିସ ।
ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ସୁନୀତା ନାମକ ମହିଳା ସହାୟତାରେ ଝିଅର ମୃତଦେହକୁ ବେଡସିଟ୍ରେ ଗୁଡାଇ ଷ୍ଟେସନକୁ ଯାଇଥିଲା । ସକାଳ ୧୦ ଟା ସମୟରେ ଟ୍ରେନରେ ଚଢି ଟ୍ରେନ କିଛିଦୂର ଯାଇଥିବା ବେଳେ ଫତୁହୀ ରେଲେଓ୍ଵ ଷ୍ଟେସନ ନିକଟରେ ଥିବା ଏକ ନାଳ ପାଖରେ ଚଳନ୍ତା ଟ୍ରେନରୁ ମୃତଦେହକୁ ପକାଇ ଦେଇଥିଲା। ନାଳରେ ପକାଇବାକୁ ଚେଷ୍ଟା କରୁଥିବା ବେଳେ ମୃତଦେହ ଟ୍ରେନ ଲାଇନ କଡରେ ପଡିଯାଇଥିଲା । ତେଣୁ ପୋଲିସ ମୃତଦେହକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ବୋଲି ଶ୍ରୀଗଙ୍ଗାନଗର ପୋଲିସ ଅଧିକ୍ଷକ ଆନନ୍ଦ ଶର୍ମା କହିଛନ୍ତି ।
ପୋଲିସ କହିବା ମୁତାବକ, ସୁନୀତାଙ୍କର ୫ଟି ପିଲା ରହିଛନ୍ତି। ଶାସ୍ତ୍ରୀ ନଗରରେ ସନ୍ନିଙ୍କ ସହିତ ମହିଳା ଜଣଙ୍କ ଦୁଇ ଝିଅଙ୍କ ସହିତ ରହୁଥିଲେ । ଆଉ ଅନ୍ୟ ୩ ଜଣ ପିଲା ତାଙ୍କ ସ୍ୱାମୀଙ୍କ ସହିତ ରହୁଥିଲେ । ପୋଲିସ ମୃତଦେହକୁକ ଜବତ କରିବା ପରେ ପଚରାଉଚରା କରିବା ପରେ ସବୁ ସତ ମାନିଥିଲେ ମହିଳା। ତେଣୁ ସୁନୀତା ଏବଂ ସନ୍ନିଙ୍କୁ ପୋଲିସ ଗିରଫ କରିଛି ।
ସୂଚନାଯୋଗ୍ୟ, ନିକଟରେ ୩ ମାସର ପିଲାକୁ ହସପିଟାଲର ତୃତୀୟ ମହଲାରୁ ଫିଙ୍ଗିଦେଇଥିଲା ଜଣେ ମା’ । ଅହମଦାବାଦର ଆନନ୍ଦ ଜିଲ୍ଲାର ଉତ୍ତରାସଣ୍ଡାର ଏକ ହସପିଟାଲରେ ଫରଜାନାବାନୁ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଅକ୍ଟୋବର ୫, ୨୦୨୨ରେ ଜନ୍ମଗ୍ରହଣ କରିଥିବା ପିଲାଟି କୌଣସି ରୋଗ ଯୋଗୁଁ ବାରମ୍ବାର ହସପିଟାଲରେ ଭର୍ତ୍ତି ହେଉଥିଲେ । ନିକଟରେ ଏହି ରୋଗ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ରବିବାର ଦିନ ସକାଳେ ପିଲାର ମା’ ପିଲା ଗାଏବ ହେବା ନେଇ କହିଥିଲେ । ମହିଳାଙ୍କ ସ୍ୱାମୀ ଆସିଫ ମିୟା ଶେଖ ହସପିଟାଲ କର୍ମଚାରୀଙ୍କୁ ପିଲାକୁ ଖୋଜିବା ପାଇଁ କହିଥିଲେ। ତା’ ପରେ ପୋଲିସକୁ ଖବର ଦେଇଥିଲେ ।