ସ୍ୱାମୀକୁ ଖଟରେ ବାନ୍ଧି କୁରାଢୀରେ ହାଣିଲା ସ୍ତ୍ରୀ, ମାରିବା ପରେ ଅଖାରେ ଭର୍ତ୍ତି କରି ନାଳରେ ଫିଙ୍ଗିଦେଲା
ରାତିରେ ସ୍ୱାମୀ ଶୋଇଥିବା ବେଳେ ସ୍ୱାମୀକୁ ଖଟରେ ବାନ୍ଧି ୫ ଖଣ୍ଡ କରିଛି ସ୍ତ୍ରୀ । ପୋଲିସ ଜାଣିବା ପରେ ମହିଳାଙ୍କୁ ଗିରଫ କରିଛି । ଖଣ୍ଡ ବିଖଣ୍ଡିତ ଶରୀରକୁ ବସ୍ତାରେ ପୂରାଇ ଗାଁ ପାଖ ନାଳରେ ଫୋପାଡ଼ି ଦେଇଥିଲେ ।

ସ୍ୱାମୀକୁ ଖଟରେ ବାନ୍ଧି ୫ ଖଣ୍ଡ କରିଛି ସ୍ତ୍ରୀ । ପୋଲିସ ଜାଣିବା ପରେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କୁ ପୋଲିସ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଛି । ଏମିତି ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ।
ଖବର ମୁତାବକ, ଉତ୍ତରପ୍ରଦେଶ ପିଲିଭିତ ଗଜରୌଲା ଥାନାର ଶିବନଗର ଗାଁର ୫୫ ବର୍ଷୀୟ ରାମପାଳ ଖଟରେ ଶୋଇଥିବା ବେଳେ ତାଙ୍କୁ ବାନ୍ଧି ପକାଇଥିଲେ ପତ୍ନୀ । ଏହାପରେ କୁରାଢିରେ ହାଣି ୫ ଖଣ୍ଡ କରିଦେଲେ। ଏହାପରେ ମୃତଦେହକୁ ନେଇ ଗାଁ ପାଖ ନାଳରେ ଫୋପାଡ଼ି ଦେଲେ । ନିଖୋଜ ଥିବା ରାମପାଳଙ୍କୁ ନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଖୋଜିବା ଆରମ୍ଭ କରିଥିଲା ।
ରାମପାଳଙ୍କର ନିଜ ପତ୍ନୀ ଦୁଲାରୀ ଦେବୀଙ୍କ ସହ ସମ୍ପର୍କ ଭଲ ନ ଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ରାମପାଳଙ୍କ ସାଙ୍ଗଙ୍କ ସହ ପତ୍ନୀ ଦୁଲାରୀ ଦେବୀଙ୍କ ଅନୈତିକ ସମ୍ପର୍କ ଥିବା ବେଳେ ସେ କିଛି ଦିନ ହେବ ତାଙ୍କ ସହ ରହୁଥିଲେ। ଦୁଲାରୀ ଦେବୀ ଘରକୁ ଆସିଥିବା ବେଳେ ରାମପାଳଙ୍କ ସହ ଝଗଡା ହୋଇଥିଲା । ବୁଧବାର ରାମପାଳଙ୍କ ନିଖୋଜ ହେବା ନେଇ ଦୁଲାରୀ ଦେବୀ ନିଜ ପୁଅକୁ ଜଣାଇଲେ। ଏହାପରେ ତାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ଦୁଲାରୀ ଦେବୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ।
ରାତିରେ ସ୍ୱାମୀ ଶୋଇଥିବା ବେଳେ ସ୍ୱାମୀକୁ ଖଟରେ ବାନ୍ଧି ଦେଇଥିଲେ । ଏକ ରାଶିରେ ବାନ୍ଧିବା ପରେ କୁରାଢୀରେ ୫ ଖଣ୍ଡ କରି ହାଣିଦେଇଥିଲେ । ଏହାପରେ ଖଣ୍ଡ ବିଖଣ୍ଡିତ ଶରୀରକୁ ବସ୍ତାରେ ପୂରାଇ ଗାଁ ପାଖ ନାଳରେ ଫୋପାଡ଼ି ଦେଇଥିଲେ । ପୋଲିସ ଏହି ମାମଲାରେ ଅଧିକ ତଦନ୍ତ କରୁଛି ।