ଦେଶ ବିଦେଶ

ବୀମା ପଲିସିର ୧୫ ଲକ୍ଷ ଟଙ୍କା ହଡପ କରିବା ପାଇଁ ପତିଙ୍କୁ ମାରିଦେଲା ପତ୍ନୀ

ଚଣ୍ଡିଗଡ଼ : ଅମୃତସର ଜଣ୍ଡିଆଲା ଗୁରୁରେ ଜଣେ ମହିଳା ବୀମା ପଲିସିର ୧୫ ଲକ୍ଷ ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ହତ୍ୟା କରିଦେଇଛନ୍ତି । ଖାଲି ସେତିକି ନୁହେଁ ହତ୍ୟା ଘଟଣାକୁ ଲୁଟପାଟ ଓ ଡକାୟତିର ରୁପ ଦେବା ପାଇଁ ମହିଳା ଜଣକ ଷଡଯନ୍ତ୍ର ରଚିଥିବା ଜଣାଯାଇଛି । ମହିଳା ଜଣକ ରାସ୍ତା ଉପରେ ସ୍ୱାମୀଙ୍କୁ ଅଟକାଇ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ବେଳେ ନିଜକୁ କ୍ଷତାକ୍ତ କରିଥିଲା । ପ୍ରାଥମିକ ତଦନ୍ତରେ ଘଟଣାଟି ଲୁପାଟ ଡକାୟତି ଲାଗୁଥିଲା ବେଳେ ପରେ ଏହାର ପର୍ଦଫାସ ହୋଇଥିଲା । ପଞ୍ଜାବ ପୋଲିସ ଏହି ଘଟଣାର ଯାଞ୍ଚ ଜାରି ରଖିଛି ।

ପ୍ରାପ୍ତ ସୂଚାନ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ନାମ ନରିନ୍ଦର କୌର । ମହିଳା ଜଣକ ଏକ ଶୂନଶାନ ଜାଗାରେ ମୋଟରସାଇକେଲରେ ଆସୁଥିବା ତାଙ୍କ ପତିଙ୍କୁ ପଛରୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ତାଙ୍କ ପତିଙ୍କ ନାମ ଥିଲା ମନଜିତ ସିଂହ । ସେ ବୁଲାରା ମେଟବାଲା ଗାଁର ଥିବାବେଳେ ତାଙ୍କୁ ଡେହେରୀବାଲ ରୋଡରେ ହତ୍ୟା କରାଯାଇଥିଲା । ତାଙ୍କର ମୃତ ଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

ପ୍ରାରମ୍ଭିକ ତଦନ୍ତ ବେଳେ ଏହା ଏକ ଲୁଟ ଘଟଣା ବୋଲି ପୋଲସର ସନ୍ଦେହ ହୋଇଥିଲା । ହେଲେ ପରେ ମୃତ୍ୟୁ ସ୍ଥାନରୁ ଏପରି ସୁରାକ ମିଳିଥିଲା ଯେ ଯାହାକି ପତ୍ନୀଙ୍କ ଆଡକୁ ଇସାରା କରିଥିଲା । ଅଭିଯୁକ୍ତ ମହିଳା ମାମଲାକୁ ଡକାୟତିରେ ବଦଳାଇ ଦେଇଥିଲେ । ଏଥିପାଇଁ ସେ ନିଜକୁ ମଧ୍ୟ ଆଘାତ କରିଥିଲେ । ହେଲେ ପୋଲିସ ଅତି ଚତୁରତାର ସହ ତଦନ୍ତ କରି ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର, ଫୋନ ଓ ଅନ୍ୟ ସାମଗ୍ରୀ ଜବତ କରିଛି ।

ଯାଞ୍ଚରୁ ଜଣାପଡ଼ିଥିଲା ଯେ ପତି ମନଜିତ ସିଂହ ଗତ ୨୦ ବର୍ଷ ହେବ ରୋଗାଗ୍ରସ୍ତ ଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା ଓ ତାଙ୍କର ସବୁ ପଇସା ମେଡିସିନରେ ଖର୍ଚ୍ଚ ହେଉଥିଲା । ଘରର ଆର୍ଥିକ ଅବସ୍ଥା ଭଲ ନଥିଲା । ୫ ମଇକୁ ସେ ଓ ତାଙ୍କ ପତ୍ନୀ ଔଷଧ ନେବା ପାଇଁ ବାହାରକୁ ଯାଇଥିଲେ । ତାଙ୍କ ପତ୍ନୀ ନରିନ୍ଦର କୌର ଜଣେ ବୀମା ଏଜେଣ୍ଟ ଥିଲେ । ୫ ମାସ ତଳେ ଅର୍ଥ ଅଭାବରୁ ନରିନ୍ଦର ତାଙ୍କ ସ୍ୱାମୀଙ୍କ ବୀମା କରାଇଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ଯେ ମାତ୍ର ୧୫ ଲକ୍ଷ ବୀମା ଟଙ୍କା ପାଇଁ ନରିନ୍ଦର ତାଙ୍କ ପତିଙ୍କ ହତ୍ୟା କରିଥିଲେ ।

 

Niharanjan

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

7 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

23 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

38 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

51 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

51 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago