ମହିଳାଙ୍କ ଜଘନ୍ୟ କାଣ୍ଡ, ବିବାହ କରିବାକୁ ମନା କରିବାରୁ ପ୍ରେମିକଙ୍କୁ ହତ୍ୟା କରି ମାଂସରେ ପ୍ରସ୍ତୁତ କଲେ ବିରିୟାନୀ

ପାକିସ୍ତାନୀ ୱାର୍କରମାନଙ୍କୁ ଦେଇଥିଲେ ବିରିୟାନୀ ଭୋଜି

ଏମିତି ଏ ଘଟଣା ସାମ୍ନାକୁ ଆସିଛି ଯାହା ଆରବ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ଯ ଲାଗିବା ସହ ମଣିଷ ଏତେ ଯେ ତଳକୁ ଖସିପାରିବ ତାହା କଳ୍ପନା କରିବା ଅସମ୍ଭବ ଭଳି ମନେ ହେବ ।  ମରକ୍କୋର ଜଣେ ୩୦ ବର୍ଷିୟ ମହିଳା କିଛି ପାକିସ୍ତାନୀ ୱାର୍କରମାନଙ୍କୁ ଏକ ବିରିୟାନୀ ଭୋଜି ଦେଇଥିଲେ । କିନ୍ତୁ ଉକ୍ତ ୱାର୍କରମାନଙ୍କୁ ଜଣାନଥିଲା ଯେ ବିରିୟାନୀରେ ପଡିଥିବା ମାଂସ ମଣିଷ ମାଂସ ବୋଲି । ତେବେ କଥାଟି ହେଉଛି ଉକ୍ତ ମହିଳା ଜଣଙ୍କ ନିଜର ପ୍ରେମିକଙ୍କୁ ମାରି ତାଙ୍କ ମାଂସକୁ କାଟି ବିରିୟାନୀ ପ୍ରସ୍ତୁତ କରିଥିଲେ ।

BIRYANI-750x369ଆରବ ଦେଶର ଅଲ ଏନ ନାମକ ସ୍ଥାନରେ ଉକ୍ତ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଦୀର୍ଘ ୭ବର୍ଷ ଧରି ବସବାସ କରୁଥିଲେ। ପ୍ରେମିକ ଜଣକ ମରକ୍କୋ ଅଞ୍ଚଳର ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଖବର ଜାଣି ଉତକ୍ଷିପ୍ତ ହୋଇ ଏପରି କାଣ୍ଡ ଭିଆଇଥିଲେ । ପ୍ରେମିକଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ସହ ରନ୍ଧା ଘରେ ଥିବା ମିକ୍ସର ଗ୍ରାଇଣ୍ଡର ସାହାଯ୍ୟରେ କିମାରେ ପରିଣତ କରି ଦେଇଥିଲେ। ପରେ ଚାଉଳ ଓ ଏହି କିମାକୁ ମିଶାଇ ବିରିୟାନୀ ପ୍ରସ୍ତୁତ କରି ଘର ପାଶ୍ୱର୍ରେ ଦିନ ମଜୁରିଆ ଭାବେ କାର୍ଯ୍ୟରତ ପାକିସ୍ତାନୀଙ୍କୁ ଏହା ଖୁଆଇ ଦେଇଥିଲେ। ଏହା ସହ ମହିଳା ଜଣଙ୍କ ବଳକା ମାଂସକୁ ଘର ପାଖରେ ଥିବା କୁକୁରମାନଙ୍କୁ ଖାଇବା ପାଇଁ ଦେଇଥିଲେ ।

ତେବେ ଏହି ଘଟଣା ମାସେ ତଳେ ଘଟିଥିବାବେଳେ ଏବେ ସାମ୍ନାକୁ ଆସିଛି । ଯେତେବେଳେ ଉକ୍ତ ଯୁବକଙ୍କ ଭାଇ ତାଙ୍କୁ ଦେଖାକରିବା ପାଇଁ ତାଙ୍କ ଘରେ ପହଁଞ୍ଚିଥିଲେ,ଏବଂ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ସେତେବେଳେ ପୁଲିସର ଦ୍ୱାରସ୍ଥ ହେବା ପରେ ଆରମ୍ଭ ହୋଇଥିଲା ତଦନ୍ତ। ମହିଳାଙ୍କ ରନ୍ଧାଘରେ ଥିବା ମିକ୍ସର ଗ୍ରାଇଣ୍ଡରରୁ ମଣିଷ ଦାନ୍ତ ଉଦ୍ଧାର କରିଥିଲେ ତଦନ୍ତକାରୀ ଦଳ। ପରେ ଉକ୍ତ ଦାନ୍ତର ଡିଏନଏ ରିପୋର୍ଟରୁ ତାହା ପ୍ରେମିକର ବୋଲି ଜଣା ପଡ଼ିଥିଲା।

Leave A Reply

Your email address will not be published.