ନ୍ୟାୟର ମନ୍ଦିରରେ ମୁଣ୍ଡ ନୁଆଁଇଲା ମାନବିକତା : କୋର୍ଟରେ ମହିଳା ଓକିଲଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ନ୍ୟାୟର ମନ୍ଦିରରେ ଲଜ୍ଜିତ ହେଲା ମାନବିକତା। ଦିଲ୍ଲୀର ସାକେତ କୋର୍ଟରେ ଏଭଳି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ କରିଦେବ ତଳକୁ। କୋର୍ଟ ପରିସରରେ ମହିଳା ଓକିଲଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମର ଏହି ଅଭିଯୋଗ ଲଗା ଯାଇଛି ସାଥି ଓକିଲଙ୍କ ଉପରେ। ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ଓକିଲ ପୀକେ ଲାଲଙ୍କୁ ଗିରଫ କରିଛି।
ପୋଲିସଙ୍କ ସୁଚନା ଅନୂଯାୟୀ ପୀଡିତା କୋର୍ଟରେ ପ୍ରାକ୍ଟିସ କରନ୍ତି। ୨୯ ବର୍ଷିୟା ମହିଳା ଓକିଲଙ୍କର ଅଭିଯୋଗଯେ, ଶନିବାର ଦିନ ରାତିରେ ସେ କିଛି କାମ ପାର୍ଇ କୋର୍ଟ ଯାଇଥିଲେ ଯେଉଁଠି ତାଙ୍କ ସହିତ ଦୁଷ୍କର୍ମ ଘଟିଥିଲା। ପୀଡିତାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଓକିଲ ହିଁ ତାଙ୍କୁ କୌଣସି କାମରେ ଜାଣିଶୁଣି ଡାକିଥିଲେ ,ଏହାପରେ ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ପ୍ରଥମେ ତାଙ୍କୁ ଜୋରଜବରଦସ୍ତ ମଦ ପିଆଇ ତାଙ୍କ ସହିତ ଖରାପ କାମ କରିଥିଲେ।
ପୋଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ୫୪ ବର୍ଷିୟ ପୀକେ ଲାଲଙ୍କୁ ରବିବାର ସକାଳେ ତାଙ୍କ ଘରୁ ଗିରଫ କରିବା ସହିତ ପୀଡିତାଙ୍କୁ ଡାକ୍ତରୀ ମାଇନା ମଧ୍ୟ କରାଇଥିଲେ। ସାକେତ କୋର୍ଟର ଏହି ଘଟଣାରେ କୋର୍ଟ ପରିସର ସହିତ ପୂରା ଦିଲ୍ଲୀ ସହର ସ୍ତମ୍ବୀଭୂତ ହୋଇଯାଇଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ପୀକେ ଲାଲ ବହୁତ ବର୍ଷ ହେବ ଏହି କୋର୍ଟରେ ଓକିଲାତି କରୁଥିଲେ। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବା ସହିତ ପୋଲିସ ଏହି ମାମଲାର ଛାନଭିନ କରୁଛି। ଏହି ମାମଲା ସମ୍ପର୍କରେ କୋର୍ଟ ପରିସରରେ ମଧ୍ୟ ପଚରାଉଚୁରା କରାଯାଇଥିଲା।