ପ୍ରେମ କଲା ବାୟା, ପ୍ରେମ ପାଇଁ ୩୨ ବର୍ଷର ପୁଅକୁ ଛାଡି ବ୍ରାଜିଲରୁ ଭାରତ ଆସିଲେ ମହିଳା

କଥାରେ ଅଛି ପ୍ରେମ ଅନ୍ଧ ଅଟେ । ପ୍ରେମର ଶକ୍ତି ଅପାର । ଏମିତିକି ପ୍ରେମ କୌଣସି ବନ୍ଧବାଡ,ବୟସ ମାନି ନଥାଏ । ସମସ୍ତ ବନ୍ଧନକୁ ଭାଙ୍ଗି ଦେଇଥାଏ ଏହି ପ୍ରେମ । ଆମେ ଆଜି ଏମିତି ଏକ ପ୍ରେମ ବିଷୟରେ ଆପଣଙ୍କୁ ଜଣାଇବୁ । ପ୍ରେମ ପାଇଁ ନିଜ ଦେଶକୁ ନିଜ ପରିବାରକୁ ଛାଡି ଦେଇଛନ୍ତି ଜଣେ ମହିଳା । ଏଥି ପାଇଁ ବ୍ରାଜିଲରୁ ଭାରତ ଧାଇଁ ଆସିଛନ୍ତି ବିବାହିତ ମହିଳା । ନା ତାଙ୍କର ରୋଜି ନାଏଡ ଶିକେରା ।

ଛତିଶଗଡରେ ବାସ କରୁଥିବା ଯୁବକଙ୍କ ପ୍ରେମରେ ଫସି ଯାଇଛନ୍ତି ବ୍ରାଜିଲରେ ରହୁଥିବା ମହିଳା ଜଣଙ୍କ । ମହିଳା ପ୍ରେମରେ ଏମିତି ପଡି ଯାଇଛନ୍ତି ଯେ ନିଜ ଘର ଓ ସଂସାର ପରିବାରକୁ ଛାଡି ଦେଇଛନ୍ତି । କଥା କେବଳ ଏତିକିରେ ସରିନି ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ସେ ନିଜ ଦେଶକୁ ଛାଡି ଦେଇଛନ୍ତି । ଏହି ପ୍ରେମ କାହାଣୀରେ ବହୁତ ରୋଚକ କଥା ରହିଛି ।

ତେବେ ମହିଳା ଜଣଙ୍କ ଯୁବକଙ୍କ ଠାରୁ ବୟସରେ ବହୁତ ବଡ ଅଛନ୍ତି । ମହିଳାଙ୍କ ନିଜ ପୁଅ ବୟସର ଏକ ଯୁବକଙ୍କ ସହ ବିବାହ କରିବା ପାଇଁ ସେ ନିଜ ସ୍ବାମୀ ଓ ପିଲାମାନଙ୍କୁ ଛାଡି ଦେଇଛନ୍ତି । ହଁ ଆଜ୍ଞା ଏହି ମହିଳାଙ୍କ ବୟସ ହେଉଛି ୫୧ ବର୍ଷ । ତେବେ ଏହି ବ୍ରାଜିଲର ମହିଳା ଓ ଯୁବକ ପୱନ ଉଭୟଙ୍କ ବିବାହ ନିମନ୍ତ୍ରଣ ପତ୍ର ଜିଲ୍ଲା କଲେକ୍ଟରଙ୍କୁ ଦେଇଛନ୍ତି । ରୋଜି ବ୍ରାଜିଲର ବାସିନ୍ଦାହୋଇଥିବା ବେଳେ ଯୁବକଙ୍କ ପରିଚୟ ପୱନ ଗୋୟେଲ ।

ପୱନ କୁଚରେ ସୁରକ୍ଷାକର୍ମୀ ଭାବରେ କାମ କରନ୍ତି ।  ଏକ ବର୍ଷ ପୂର୍ବରୁ ରୋଜି କୁଚକୁ ବୁଲିବାକୁ ଆସିଥିଲେ । ଏହାପରେ ଦୁହିଁଙ୍କର ଦେଖା ହୋଇଥିଲା ।  ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ବ୍ରାଜିଲ ଫେରିଗଲା ପରେ ରୋଜି ଓ ପୱନ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସମ୍ପର୍କରେ ଯୋଡି ହୋଇଥିଲେ । ଉଭୟଙ୍କ ଭାଷା ଅଲଗା ଥିଲା ।

କଥା ହେଉ ହେଉ ଉଭୟଙ୍କ ଭିତରେ ବନ୍ଧୁତା ଗଢି ଉଠିଥିଲା କିନ୍ତୁ ଏହି ଭାଷା କେତେବେଳେ ପ୍ରେମର ଭାଷା ପାଲଟି ଯାଇଥିଲା ତାହା ଜଣା ପଡି ନଥିଲା । ବ୍ରାଜିଲରେ ସ୍ବାମୀ  ଏବଂ ୩୨ ବର୍ଷର ପୁଅ ସହ ରହି ଆସୁଥିଲେ ରୋଜି । କିନ୍ତୁ ୩୦ ବର୍ଷର ଯୁବକ ପୱନଙ୍କୁ ପସନ୍ଦ ଆସି ଯାଇଥିଲା ରୋଜିଙ୍କୁ ।

ତେବେ ନିଜ ପ୍ରେମସହ ଜୀବନ ବିତାଇବାକୁ ସେ ନିଜ ଦେଶ ବ୍ରାଜିଲ ଛାଡି ଭାରତ ଆସିବାକୁ ନିଷ୍ପତ୍ତି ନେଇସାରିଥିଲେ । ଏବେ ରୋଜି ନିଜ ପ୍ରେମ କରୁଥିବା ପ୍ରେମିକ ଓ ବାପା ମାଙ୍କ ସହ ରହୁଛନ୍ତି । ଉଭୟ ଅତି ଶିଘ୍ର ବିବାହ କରିବାକୁ ଯାଉଛନ୍ତି ।  ବିବାହ ପରେ ରୋଜି ଭାରତରେ ରହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

You might also like