ଆତ୍ମହତ୍ୟା କରିବା ପାଇଁ ଟ୍ରେନ୍ ଆଗରେ ଶୋଇପଡିଲେ ମହିଳା : ତାପରେ ଯାହା ହେଲା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ

woman lying on railway trackଜନ୍ମ ଏବଂ ମୃତ୍ୟୁ ହେଉଛି ଇଶ୍ୱର ନିର୍ଦ୍ଧାରିତ। ଆପଣ ଯେତେ ଚେଷ୍ଟା କରନ୍ତୁ ନା କାହିଁକି  ସମୟ ପୂର୍ବରୁ ନିଜ ଜୀବନ ହାରିପାରିବେନି । କାରଣ ଏହା ମଣିଷର ଇଚ୍ଛାଧୀନ ନୁହେଁ। ଏଭଳି ଏକ ଅଲୌକିକ ତଥା ଜ୍ବଳନ୍ତ ଉଦାହରଣ  ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଟ୍ରେନ୍ ଆଗରେ ଆତ୍ମହତ୍ୟା କରିବାକୁ ଆସିଥିବା ମହିଳା ଏବଂ ତାଙ୍କ ପିଲା ନା କେବଳ ସୁରକ୍ଷିତ ଅଛନ୍ତି ବରଂ ଶରୀରରେ ଟିକେ ମଧ୍ୟ ଆଘାତ ଲାଗିନାର୍ହି । ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।

ସୂଚନା ଅନୁସାରେ, ଶନିବାର ପ୍ରାୟ ସକାଳେ ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସ ବୁରହାନପୁର ଷ୍ଟେସନରେ ଅଟକିଥିଲା। ସେଥିରୁ ଜଣେ ମହିଳା ନିଜର ଛୋଟ ପିଲା ସହ ବାହାରିଥିଲେ । ଏବଂ ଚାହୁଁ ଚାହୁଁ ଅନ୍ଯ ଏକ ଟ୍ରାକରେ ୧୦୦ କିଲୋମିଟର ବେଗରେ ଆସୁଥିବା ପୁଷ୍ପକ ଏକ୍ସେପ୍ରେସ୍ ସାମ୍ନାରେ ଶୋଇପଡିଥିଲେ । ଆଉ କିଛି କ୍ଷଣ ମଧ୍ୟରେ ଉଭୟଙ୍କ ଉପରେ ଚାଲିଗଲା ଟ୍ରେନ୍ । କିନ୍ତୁ ଜାଣି ଆଶ୍ଚଯ୍ଯ ହେବେ ଉଭୟ ମା’ ଏବଂ ପୁଅ ସୁରକ୍ଷିତ ଥିଲେ । ଏବଂ ଉଭୟଙ୍କ ଶରୀରରେ ଟିକେ ମଧ୍ୟ ଆଘାତ ଲାଗିନଥିଲା ।

ତେବେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ମହିଳା ଜଣଙ୍କ ହେଉଛନ୍ତି ଆହ୍ଲାବାଦର ତବସୁମ । ତାଙ୍କ ସ୍ୱାମୀଙ୍କ ନାମ ମୋହମ୍ମଦ ସାଜିଦ ।  ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ୟ୍ୟାତନା ଦେଉଥିଲେ। ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ସେବେଠାରୁ ସେ ଚିନ୍ତାରେ ରହୁଥିଲେ ଏବଂ ଆତ୍ମହତ୍ଯା କରିବାକୂ ଚାହୁଁଥିଲେ । ବର୍ତ୍ତମାନ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ପୋଲିସ କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.