ସ୍ୱାମୀଙ୍କ ଶୁକ୍ରାଣୁ ଯୋଗୁ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମହିଳା

ଆମେରିକାର ଜଣେ ମହିଳାଙ୍କୁ ପ୍ରତିଦିନ ସ୍ୱାମୀଙ୍କ ସହ ଶୋଇବା ଓ ଶାରୀରିକ ସମ୍ପର୍କ ରଖିବା ମୃତ୍ୟୁ ମୁଖକୁ ଟାଣିଆଣିଛି। ସ୍ୱାମୀଙ୍କ ସହ ସମ୍ପର୍କ ରଖିବା ଯୋଗୁ ମ୍ୟାରିଲ୍ୟାଣ୍ଡ ନିବାସୀ ଜଣେ ମହିଳାଙ୍କ ଶରୀରରେ ଆଲର୍ଜି ହୋଇଯାଇଛି। ଫଳରେ ସେ ବର୍ତ୍ତମାନ ଜୀବନମରଣ ସହ ସଂଘର୍ଷ କରୁଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ରିପୋର୍ଟ ମୁତାବକ, ସ୍ୱାମୀଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ କେତେକ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଥିଲା। ତାଙ୍କଠାରେ ବିନା କାରଣରେ ମୁଣ୍ଡ ବୁଲାଇବା, ଡାଇରିଆ, ହାତଗୋଡ଼ କୁଣ୍ଡାଇ ହେବା ଆଦି ସମସ୍ୟା ଦେଖାଯାଇଥିଲା। ଏନେଇ ଡାକ୍ତରଙ୍କ ସହ ସମ୍ପର୍କ କରିବା ପରେ ଡାକ୍ତର ତାଙ୍କର କେତେକ ପରୀକ୍ଷା କରିଥିଲେ। ମାତ୍ର ପରୀକ୍ଷାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା।

ମହିଳାଙ୍କୁ କୌଣସି ଅନ୍ୟ କାରଣର ନୁହେଁ ବରଂ ସ୍ୱାମୀଙ୍କ ଶୁକ୍ରାଣୁ ଯୋଗୁ ଏସବୁ ଆଲର୍ଜି ହେଉଥିବା ଜଣାପଡ଼ିଥିଲା। ତାଙ୍କୁ ଏନାଫାଇଲେକ୍ଟିକ୍‌ ରିଆକ୍ସନ୍‌ ନାମକ ରୋଗ ହୋଇଥିଲା। ସ୍ୱାମୀ ପ୍ରତିଦିନ ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ୍‌ ପାଇଁ ଆଣ୍ଟିବାୟୋଟିକ୍‌ ଖାଉଥିଲେ। ଏଥିରେ ପେନ୍‌ସିଲିନ୍‌ର ମାତ୍ରା ଅଧିକ ରହିଥାଏ। ମହିଳାଙ୍କ କହିବାନୁସାରେ ପିଲାବେଳୁ ତାଙ୍କୁ ପେନ୍‌ସିଲିନ୍‌ ଦ୍ୱାରା ଆଲର୍ଜି ହୋଇଥାଏ।

ଏହାସହ ପଢ଼ନ୍ତୁ: ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ଅଧିକ ଉପଭୋଗ୍ୟ

ରିପୋର୍ଟରେ କୁହାଯାଇଥିଲା ଯେ, ମେଡିସିନ୍‌ ପ୍ରଭାବରେ ସ୍ୱାମୀଙ୍କ ସ୍ପର୍ମ ବା ଶୁକ୍ରାଣୁ ସଂକ୍ରମିତ ହୋଇଯାଇଥିଲା। ଏହି ଶୁକ୍ରାଣୁ ସଂସ୍ପର୍ଶରେ ଆସିବାରୁ ମହିଳାଙ୍କ ଠାରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏଣୁ ଡାକ୍ତର ସୁସ୍ଥ ହେବା ପର୍ଯ୍ୟନ୍ତ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାରଣ କରିଥିଲେ। ପ୍ରାୟ ସପ୍ତାହେ ଯାଏଁ ସମ୍ବନ୍ଧ ବନାଇବାକୁ ବାରଣ କରିବା ପରେ ବର୍ତ୍ତମାନ ମହିଳା ସୁସ୍ଥ ଥିବା ଜଣାଯାଇଛି।

WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

11 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

13 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

53 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago