ଅପରେସନ୍ ଥିଏଟରରେ ମହିଳା ବଜାଇ ଚାଲିଲେ ଭାଓଲିନ୍; ଦେଖୁ ଦେଖୁ ଡାକ୍ତର କରିଦେଲେ ବ୍ରେନ୍ ସର୍ଜରୀ, ଦେଖନ୍ତୁ ଭିଡିଓ
ହସପିଟାଲରେ ସର୍ଜରୀ ଇତିହାସରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ୟୁକେର ଲଣ୍ଡନ ସ୍ଥିତ କିଙ୍ଗସ୍ କଲେଜ୍ ହସପିଟାଲରେ ଅପରେସନ୍ ଥିଏଟରରେ ୫୩ ବର୍ଷୀୟା ମହିଳା ଭାଓଲିନ୍ ବଜାଇଚାଲିଲେ ଏବଂ ଡାକ୍ତର ତାଙ୍କ ଅପରେସନ୍ କଲେ। ଡ୍ୟାଗମର ଟର୍ଣ୍ଣର ନାମକ ଏହି ମହିଳାଙ୍କର ମସ୍ତିଷ୍କରେ ଟ୍ୟୁମର ହୋଇଥିଲା, ଯାହାକୁ ବାହାରକୁ ବାହାର କରିବା ପାଇଁ ଡାକ୍ତର ଅପରେସନ କରୁଥିଲେ।
ଛଅ ଘଣ୍ଟାର ଏହି ଅପରେସନରେ ସମୟ ମଝାମଝିରେ ହିଁ ମହିଳାଙ୍କର ହୋସ୍ ଆସିଗଲା। ଏହାପରେ ତାଙ୍କୁ ଭାଓଲିନ୍ ଦିଆଗଲା। ମହିଳା ଜଣଙ୍କ ଭାଓଲିନ୍ ବଜାଇ ଚାଲିଲେ ଏବଂ ଡାକ୍ତର ସଫଳତାପୂର୍ବକ ସେମିର ଏକ ଟ୍ୟୁମର ତାଙ୍କ ମସ୍ତିଷ୍କରୁ ବାହାର କଲେ।
ସର୍ଜରୀ ମଝିରେ ମହିଳାଙ୍କ ହୋସ୍ ଆଣିବା ଏବଂ ଭାଓଲିନ୍ ବଜାଇବା ଆଇଡିଆ ଡାକ୍ତରଙ୍କ ଥିଲା। କାରଣ ଏହି ସମୟରେ ତାଙ୍କ ମସ୍ତିଷ୍କର ସେହି ସବୁ ସକ୍ରିୟ ହୋଇଯିବ ଯାହା ଭଲ ଭାବରେ କାମ କରୁନାହିଁ। ସୂଚନା ଅନୁଯାୟୀ ମହିଳା ଜଣଙ୍କ ସୁସ୍ଥ ଅଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲଣ୍ଡନର ଏହି କିଙ୍ଗସ୍ ହସପିଟାଲ ବ୍ରେନ ଟ୍ୟୁମରର ଏକ ବଡ ସେଣ୍ଟର ଅଟେ। ଏଠାରେ ପ୍ରତିବର୍ଷ ୪୦୦ରୁ ଅଧିକ ଏମିତି ସର୍ଜରୀ ହୋଇଥାଏ।
video courtesy : ABC news
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମହିଳା ବହୁତ ଭଲ ଭାଓଲିନ ବଜାନ୍ତି। ସେ ୧୦ ବର୍ଷ ବୟଷରୁ ଭାଓଲିନ୍ ବଜାଇ ଆସୁଛନ୍ତି। ମହିଳା ଜଣଙ୍କ କହିଲେ ଯେ ଡାକ୍ତର ତାଙ୍କ ହାତରେ ଭାଓଲିନ୍ ଦେଲେ ଏବଂ କହିଲେ ତାକୁ ବଜାଇବା ପାଇଁ ଏବଂ ମୁଁ ତାଙ୍କ କଥା ମାନି ଭାଓଲିନ୍ ବଜାଇଲି।