ଦିଲ୍ଲୀ ସାକେତ କୋର୍ଟରେ ଗୁଳିକାଣ୍ଡ, ଜଣେ ମହିଳା ଗୁରୁତର

ଓକିଲ ବେଶରେ ଆସି କୋର୍ଟ ପରିସରରେ ମହିଳାଙ୍କୁ ଗୁଳି ମାରିଲା ଦୁର୍ବୃତ୍ତ । ଦିଲ୍ଲୀର ସାକେତ କୋର୍ଟରେ ଘଟିଛି ଏଭଳି ଘଟଣା । ଗୁଳିମାଡରେ ଜଣେ ମହିଳା ଗୁରୁତର ରହିଛନ୍ତି। ମହିଳା ଜଣକ ଏକ ମାମଲାରେ ସାକ୍ଷୀ ଥିଲେ ।

ଦିଲ୍ଲୀ ସାକେତ କୋର୍ଟରେ ଫାୟାରିଂ । ମହିଳାଙ୍କୁ ଗୁଳିମାଡ଼ କଲା ଦୁର୍ବୃତ୍ତ । ଓକିଲ ବେଶରେ ଆସି ମହିଳାଙ୍କୁ ଗୁଳିମାଡ଼ । ଏକ ମାମଲାରେ ସାକ୍ଷୀ ଥିଲେ ମହିଳା । ମହିଳା ସାକ୍ଷୀ ଦେବାକୁ କୋର୍ଟରେ ପହଞ୍ଚିଥିଲେ। ୪ ରାଉଣ୍ଡ ଗୁଳି ଚଳାଇଲା ଦୁର୍ବୃତ୍ତ । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁଳି କରିଥିବା ଦୁର୍ବୃତ୍ତକୁ ପୋଲିସ ଗିରଫ କରିଛି । ଦୁର୍ବୃତ୍ତ ଜଣକ ଓକିଲ ବେଶରେ କୋର୍ଟକୁ ଆସିଥିଲା । କୋର୍ଟ ଭିତରେ କଡା ସୁରକ୍ଷା ଭିତରେ ଏଭଳି ଗୁଳିକାଣ୍ଡ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭାଇରଲ ହୋଇଥିବା ଭିଡିଓରେ ମହିଳା ଜଣକ ପେଟରେ ଗୁଳି ବାଜିଛି । ଯାହା ପାଇଁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମହିଳା ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.