ଦେଶ ବିଦେଶ

SUV ବନେଟ୍‌ ଉପରେ ବସି ରିଲ୍ସ କରୁଥିଲେ ଯୁବତୀ, ପୋଲିସ ଜବତ କରିନେଲା ଗାଡ଼ି; ଭିଡିଓ ଭାଇରାଲ

ଚଳନ୍ତା ଗାଡ଼ିରେ ଇନ୍‌ଷ୍ଟାଗ୍ରାମ ରିଲ୍ସ। ଗାଡ଼ି ଚାଲୁଥିବା ବେଳେ ଇନ୍‌ଷ୍ଟାଗ୍ରାମ ରିଲ୍ସ କରି ଫସିଛନ୍ତି ଜଣେ ୨୫ ବର୍ଷୀୟା ଯୁବତୀ। ପଞ୍ଜାବର ହୋସିୟାରପୁରରେ ଏହି ଘଟଣା ଘଟିଛି। ଯୁବତୀ ଜଣକ ଏକ ଚଳନ୍ତା ଏସ୍‌ୟୁଭିର ବନେଟ୍‌ ଉପରେ ବସି ଇନ୍‌ଷ୍ଟାଗ୍ରାମ ରିଲ୍ସ କରୁଥିଲେ।

ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ହୋସିୟାରପୁର ପୋଲିସ ଯାତାୟାତ ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୋଲିସ କାର୍‌ ନମ୍ବରରୁ ଗାଡ଼ି ମାଲିକଙ୍କୁ ଚିହ୍ନଟ କରି ଗାଡ଼ିଟିକୁ ଜବତ କରିଛି। ଏଥି ସହିତ ପୋଲିସ ଯୁବତୀ ଏବଂ ଏସ୍‌ୟୁଭିରେ ଥିବା ଅନ୍ୟମାନଙ୍କୁ ଭବିଷ୍ୟତରେ ଏପରି ନ କରିବାକୁ ଚେତାବନୀ ମଧ୍ୟ ଦେଇଛି। ତେବେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ହୋସିୟାରପୁର ପୋଲିସ ଟ୍ଵିଟ୍‌ କରି କହିଛି ଯେ ଦସୁହାରେ ଥର୍‌ ଗାଡ଼ି ବନେଟ୍‌ ଉପରେ ବସି ଯାତାୟାତ ନିୟମ ଉଲ୍ଲଂଘନ କରିବା ନେଇ ସୋସିଆଲ ମିଡିଆ ମାଧ୍ୟମରୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗାଡ଼ିଟିକୁ ଜବତ କରାଯାଇଛି। ଏହା ସହିତ ଭବିଷ୍ୟତରେ ଏପରି ନ କରିବାକୁ ଚେତାବନୀ ଦିଆଯାଇଛି।

ଟ୍ଵିଟ୍‌ରେ କୁହାଯାଇଛି କି, ପଞ୍ଜାବ ପୋଲିସ ସବୁବେଳେ ଆପଣଙ୍କ ସେବାରେ ଅଛି। ସମସ୍ତ ନାଗରିକଙ୍କୁ ଅପିଲ୍‌ କରୁଛୁ, ସେମାନେ ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିବାରେ ପୋଲିସକୁ ସହଯୋଗ କରନ୍ତୁ। ଘଟଣାଟି ଦସୁହା ନିକଟସ୍ଥ ଜଳନ୍ଧର-ଜମ୍ମୁ ଜାତୀୟ ରାଜପଥର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Roshni

Recent Posts

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

1 min ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

3 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

16 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

19 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

26 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

45 mins ago