ଅନୁମତି ଦେଲେନି କ୍ରୁ ମେମ୍ବର୍ସ, ସିଟ୍‌ ଉପରେ ହିଁ ଏମିତି କାମ କରିଦେଲେ ମହିଳା ବିମାନ ଯାତ୍ରୀ

ଦୁନିଆର ଜଣାଶୁଣା ଏୟାରଲାଇନ୍ସ କାନାଡା ଏୟାରଲାଇନ୍‌ରେ ଜଣେ ମହିଳା ଯାତ୍ରୀଙ୍କ ସହ ଅଜବ ଘଟଣା ଘଟିଛି। ବଗୋଡାରୁ ଟୋରଣ୍ଟୋ ଯାଉଥିବା ଏହି ଯାତ୍ରୀ ଜଣକ ଟଏଲେଟ୍‌ ଯିବା ପାଇଁ କ୍ରୁ ମେମ୍ବରଙ୍କୁ ଲଗାତାର ଦୁଇଘଣ୍ଟା କାଳ ଅନୁମତି ମାଗିଆସୁଥିଲେ। କିନ୍ତୁ ଯେତେବେଳେ କ୍ରୁ ମେମ୍ବର ଅନୁମତି ଦେଇ ନ ଥିଲେ, ସେତେବେଳେ ଯାତ୍ରୀ ଜଣକ ଆଉ ନିଜକୁ ସମ୍ଭାଳି ପାରି ନ ଥିଲେ। ଯାହାଫଳରେ ସେ ସିଟ୍‌ ଉପରେ ହିଁ ପରିସ୍ରା କରିଦେଇଥିଲେ।

୨୬ ବର୍ଷୀୟା ଏହି ମହିଳା ଏୟାର କାନାଡା ଫ୍ଲାଇଟ୍‌ରେ ଯାତ୍ରା କରୁଥିଲେ। ପ୍ଲେନ୍‌ରେ ବୋର୍ଡ କରିବା ପରେ ତାଙ୍କ ଫ୍ଲାଇଟ୍‌ ୨ ଘଣ୍ଟା ବିଳମ୍ବ ହୋଇଗଲା। କୌଣସି କାରଣରୁ ଫ୍ଲାଇଟ୍‌ ଟେକ୍‌ଅଫ୍‌ କରୁ ନ ଥିଲା। ଆଉ ଏହି ସମୟରେ ମହିଳାଙ୍କୁ ପରିସ୍ରା ଲାଗିଥିଲା। ସେ ଅନେକବାର କ୍ରୁ ମେମ୍ବରଙ୍କୁ ଓ୍ଵାଶ୍‌ରୁମ ଯିବା ପାଇଁ ଅନୁମତି ମାଗିଥିଲେ। କିନ୍ତୁ କେହି ବି ତାଙ୍କ କଥା ଶୁଣି ନ ଥିଲେ।

ଏହାସହ ପଢ଼ନ୍ତୁ: କାହିଁକି ଏଠାରେ ବରର ସାଙ୍ଗ ବର ସାମ୍ନାରେ ଖୋଲିଥାଏ କନ୍ୟାର କପଡ଼ା?

ତେବେ ମହିଳା ଯାତ୍ରୀ ଜଣକ କ୍ରୁ ମେମ୍ବରଙ୍କୁ ଏହା ବି କହିଥିଲେ ଯେ ଯଦି ସେ ତାଙ୍କୁ ଟଏଲେଟ୍‌ ଯିବା ପାଇଁ ଅନୁମତି ନ ଦିଅନ୍ତି, ତା’ହେଲେ ସେ ପରିସ୍ରାକୁ ରୋକିପାରିବେ ନାହିଁ। କିନ୍ତୁ ତାଙ୍କ କଥାକୁ କ୍ରୁ ମେମ୍ବର ଗୁରୁତ୍ୱ ନ ଦେବାରୁ ସେ ସେହିଠାରେ ହିଁ ପରିସ୍ରା କରିଦେଇଥିଲେ। ଆଉ ଯେଉଁଥିପାଇଁ ଫ୍ଲାଇଟ୍‌ରେ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ତାଙ୍କୁ ନାକ ଟେକିଥିଲେ। ମହିଳା ଓଦା ପ୍ୟାଣ୍ଟରେ ୭ ଘଣ୍ଟା ନିଜ ସିଟ୍‌ରେ ବସିରହିଥିଲେ। ଆଉ ଓହ୍ଲାଇବା ସମୟରେ ଯେତେବେଳେ ସେ କ୍ରୁ ମେମ୍ବର୍ସଙ୍କୁ ଅଭିଯୋଗ କରିବାକୁ ଚାହିଁଥିଲେ, କେହି ବି ତାଙ୍କ ପାଖ ମାଡ଼ି ନ ଥିଲେ। ଅନ୍ୟପକ୍ଷରେ ଏୟାର କାନାଡା ମହିଳାଙ୍କୁ ଭୁଲ୍‌ ମାଗିବା ବଦଳରେ ତାଙ୍କୁ କିଛି ଭାଉଚର୍ସ ଦେଇଥିଲା। କିନ୍ତୁ କ୍ରୁ ମେମ୍ବର୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

Roshni

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

4 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

6 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

9 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

16 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

30 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago