୨୨ ବର୍ଷର ମହିଳାଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କଲେ ପୂର୍ବ ପ୍ରେମିକ, ମାମଲା ରୁଜୁ କଲା ପୋଲିସ

ମହାରାଷ୍ଟ୍ର : ପୁନେ ଶହରରେ ପୋଲିସ ଜଣେ ଆଇଟି ଇଞ୍ଜିନିୟରିଂ ଡ୍ରପଆଉଟ୍‌ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ସେ ଜଣେ ମହିଳାଙ୍କୁ ରାତିରେ ଛୁରି ମାରି ହତ୍ୟା କରିଛନ୍ତି। କୁହାଯାଉଛି ଯେ ମହିଳା ଜଣଙ୍କ ତାଙ୍କର ପୂର୍ବ ପେମିକା ଥିଲେ।

ଅଭିଯୁକ୍ତଙ୍କ ପରିଚୟ ମିଳିଛି। ପୋଲିସ ତାଙ୍କ ବିରୋଧରେ କାଯ୍ୟାର୍ନୁଷ୍ଠାନ ନେଇ ଧାରା ୩୦୨ ମାମଲା ରୁଜୁ କରିଥିଲା। କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇନାହିଁ।

ଅଭିଯୁକ୍ତ ତାଙ୍କ ପୂର୍ବ ପ୍ରେମିକାଙ୍କୁ ଚାରିଥର ଛୁରିରେ ଆକ୍ରମଣ କରିଥିଲେ। ତେବେ ହସପିଟାଲରେ ପ୍ରେମିକାଙ୍କର ମୃତ୍ୟୁ ହୋଇଥିଲା। ତେବେ ଅଭିଯୁକ୍ତ ଏବଂ ତାଙ୍କ ପ୍ରେମିକା ଏକ ଆଇଟି କମ୍ପାନୀରେ ବ୍ୟାକ୍ ଅଫିସ ଷ୍ଟାଫ୍‌ ଭାବରେ କାମ କରୁଥିଲେ। ଦୁହିଁଙ୍କର ସମ୍ପର୍କ ସେବେଠାରୁ ହିଁ ଆରମ୍ଭ ହୋଇଥିଲା। କିଛି ସମୟ ପରେ ଅଭିଯୁକ୍ତ ଜଣଙ୍କ ଅଲଗା ହୋଇଯାଇଥିଲେ।

ତେବେ ଗତ କିଛି ଦିନ ହେବ ଅଭିଯୁକ୍ତ ଗାୟବ ଥିଲେ। ତାଙ୍କ ପରିବାର ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତଙ୍କର ସୂଚନା ପାଇଥିଲା।

You might also like