ପାଣିରେ ନୁହେଁ ବରଂ ଏହି ଜିନିଷରେ ବାସନ ଧୋଉଥିଲେ ଚାକରାଣୀ, ସିସିଟିଭି ଫୁଟେଜ୍ ଦେଖିବା ପରେ ପଦାକୁ ଆସିଲା ସତ
ଉତ୍ତର ପ୍ରଦେଶର ଗାଜିଆବାଦର ଜଣେ ଚାକରାଣୀର ଏଭଳି କାରିନାମା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ବୁଲାଇଦେବ। ଗାଜିଆବାଦର ଇନ୍ଦିରାପୁରମ୍ ସ୍ଥିତ ଜ୍ଞାନଖଣ୍ଡ-୨ ଅଞ୍ଚଳର ଫ୍ଲାଟ୍ରେ କାମ କରୁଥିବା ଜଣେ ମହିଳା ନିଜ ପରିସ୍ରାରେ ବାସନକୁସନ ଧୋଉଥିଲେ। ଫ୍ଲାଟର ସିସିଟିଭିରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଥିଲା ଯେ ମହିଳା ଜଣକ ପରିଷ୍କାର ବାସନକୁ ପୁଣି ଥରେ ନିଜ ପରିସ୍ରାରେ ଧୋଉଥିଲେ। ଫୁଟେଜ୍ରେ ଦେଖିବା ପରେ ମାଲିକ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ଚାକରାଣୀଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି।
ଫ୍ଲାଟ୍ ମାଲିକ ପୋଲିସକୁ କହିଥିଲେ ଯେ ଥରେ ସେ ଅଫିସରୁ ଫେରି ଫ୍ଲାଟ୍ର ସିସିଟିଭି ଫୁଟେଜ ଚେକ୍ କରୁଥିଲେ। ସେତେବେଳେ ସେ ଦେଖିଲେ ଯେ ଚାକରାଣୀ ଘର ସଫା ବାସନକୁସନ ନେଇ ତାହାକୁ ନିଜ ମୂତ୍ରରେ ଧୋଉଥିଲେ। ଚାକରାଣୀର ଏଭଳି କାରିନାମା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ ଯେ ସମ୍ପୃକ୍ତ ମହିଳା ଏଠାରେ ଗତ ଦୁଇ ବର୍ଷ ହେଲା କାମ କରୁଛନ୍ତି। ସେ ଅନ୍ୟ ଫ୍ଲାଟ୍ରେ ମଧ୍ୟ କାମ କରୁଛନ୍ତି। କିନ୍ତୁ ଏଭଳି କାମ କରୁଥିବେ ବୋଲି ସେ କେବେ ଚିନ୍ତା ବି କରିନଥିବା ଅଭିଯୋଗରେ ଦର୍ଶାଇଥିଲେ।