କର୍ଣ୍ଣାଟକର ତୁମକୁରୁରେ ଜଣେ ଯୁବତୀ ଝରଣା ପାଖରେ ସେଲ୍ଫି ନେଉଥିବା ବେଳେ ହଠାତ୍ ଚଟାଣ ମଧ୍ୟରେ ଖସି ପଡ଼ିଥିଲେ । ଦୀର୍ଘ ୨୨ ଘଣ୍ଟା ପରେ ୧୯ ବର୍ଷୀୟା ଯୁବତୀଙ୍କୁ ସୋମବାର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ରବିବାର ଅପରାହ୍ନରେ ଏହି ଘଟଣା ତୁମକୁରୁର ମନ୍ଦାରାଗିରି ପାହାଡ଼ର ମାୟଡାଲା ଝରଣାରେ ଘଟିଛି । ଉଦ୍ଧାର ଯୁବତୀଙ୍କ ନାମ ହମସା ବୋଲି ଜଣାପଡ଼ିଛି ।
ଶିବପୁରା ଗାଁର ହମସା ସାଙ୍ଗମାନଙ୍କ ସହ ମନ୍ଦାରାଗିରିରୁ ଫେରୁଥିବା ବେଳେ ଝରଣା ନିକଟକୁ ଯାଇଥିଲେ । ସେଠାରେ ସେଲ୍ଫି ନେବାକୁ ଚେଷ୍ଟା କଲା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ତଳେ ଥିବା ଚଟାଣ ମଧ୍ୟରେ ଖସି ପଡ଼ିଥିଲେ ।
ଯୁବତୀ ଚଟାଣ ମଧ୍ୟରେ ଖସି ପଡ଼ିଥିବାର ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ଏହାପରେ ଝରଣା ପାଣିକୁ ସେମାନେ ମୋଡ଼ିଥିଲେ ଏବଂ ୧୨ ଘଣ୍ଟା ଧରି ଅଭିଯାନ ଚଳାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଦୀର୍ଘ ୨୨ ଘଣ୍ଟା କାଳ ଯୁବତୀ ଜଣକ ସେଠାରେ ଫସି ରହିଥିଲେ ।
ଏସପି କେଭି ଅଶୋକ କହିଛନ୍ତି, ବିଟେକ୍ କରୁଥିବା ହମସା ନାମ୍ନୀ ଛାତ୍ରୀ ରବିବାର ନିଜ ସାଙ୍ଗମାନଙ୍କ ସହ ଏଠାକୁ ବୁଲିବାକୁ ଆସିଥିଲେ । ଅପରାହ୍ନ ସାଢ଼େ ୩ଟା ବେଳେ ସେ ସେଲ୍ଫି ନେଉଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଚଟାଣ ମଧ୍ୟରେ ପଡ଼ିଯାଇଥିଲେ । ପୋଲିସ କର୍ମଚାରୀ, ଦମକଳ ବାହିନୀ ଏବଂ ସ୍ଥାନୀୟ ଅଧିକାରୀମାନେ ବହୁ ପରିଶ୍ରମ ପରେ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।
ପୋଲିସ ମୁତାବକ, ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ବହୁ କଷ୍ଟକର ଥିଲା । ଏହା ଚମତ୍କାର ହୋଇଛି । ଛାତ୍ରୀଙ୍କ ସାହସ ଓ ଦମ୍ଭ ପ୍ରଶଂସନୀୟ ।
సెల్ఫ్ కోసం ప్రయత్నించి ఓ యువతి చావు అంచుల వరకూ వెళ్లివచ్చింది. కర్ణాటక కు చెందిన హంస గౌడ్ తన స్నేహితురాలితో ఆదివారం మందాగిరి హిల్స్ కు వెళ్ళింది. వాటర్ ఫాల్ వద్ద సెల్ఫ్ తీసుకొంటూ జారి నీటిలో కొట్టుకుపోయింది. 20గంటల పాటు రెస్క్యూ ఆపరేషన్ చేపట్టి బండరాళ్లు మధ్యలో చాతి లోతు నీటిలో… pic.twitter.com/JoHITN03HZ
— 🚲 𝓓𝓲𝓵𝓮𝓮𝓹 🚲 (@dmuppavarapu) October 29, 2024